ମାଲକାନଗିରି ;ତା-୧/୯(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ବାଲିମେଳାସ୍ଥିତ ପ୍ରାଥମିକ ବିଦ୍ୟାଳୟ କଲୋନୀ-୧୨ ପରିସରରେ ବରିଷ୍ଠ ଶିକ୍ଷକ ଅସୀମ କୁମାର ହାଲଦାର ଅବସରଗ୍ରହଣ ଅବସରରେ ଏକ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ମୁଖ୍ୟ ଅତିଥି ଏବଂ ଭଗବାନ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସଭାପତି ଭାବେ ଶ୍ରୀ ଗୁପ୍ତେଶ୍ୱର ମାଝୀ ଦାୟିତ୍ୱ ତୁଲାଇଥିବାବେଳେ କାର୍ଯ୍ୟାଳୟର ସେକ୍ସନ ଅଫିସର ମାଧବ ମହାନନ୍ଦିଆ ଏସଏମସ ଅଧ୍ୟକ୍ଷ ମଦନ ସେଠୀ ଏବଂ ଶ୍ରୀ ହାଲଦାରଙ୍କ ପତ୍ନୀ ଅରୁଣା ହାଲଦାର ସମ୍ମାନନୀୟ ଅତିଥି ଭାବେ ମଞ୍ଚାସୀନ ଥିଲେ।
ଲକ୍ଷ୍ମୀ ପନାଡାଙ୍କ ଭଜନ ପରିବେଷଣ ସମଗ୍ର ପରିବେଶକୁ ଭକ୍ତିମୟ ଓ ପବିତ୍ର କରିଥିଲା। ଏହାପରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ, ବରିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ଓ ସହକର୍ମୀମାନେ ଶ୍ରୀ ହାଲଦାରଙ୍କ ସହିତ ଜଡ଼ିତ ସ୍ମୃତି ଓ ଅନୁଭୂତି ବାଣ୍ଟିଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ନିଜର ଅନୁଭୂତି ବ୍ୟକ୍ତ କରିଥିଲେ।
ଏହି ଅବସରରେ ବିଦ୍ୟାଳୟ ତରଫରୁ ଶ୍ରୀ ହାଲଦାରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଅଭିଭାବକ, ସଦସ୍ୟ, ସହକର୍ମୀ ଓ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ତାଙ୍କୁ ବିଭିନ୍ନ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା। ଶ୍ରୀ ହାଲଦାରଙ୍କ ସହିତ ଅତିଥି, ଏସଏମସି ସଦସ୍ୟ ଓ ଛାତ୍ରଛାତ୍ରୀମାନେ ଔଷଧୀୟ ଚାରା ରୋପଣ କରିଥିଲେ। ଏହା ତାଙ୍କର ଅବସରକୁ ପରିବେଶ ସୁରକ୍ଷାର ଏକ ସ୍ମରଣୀୟ ବାର୍ତ୍ତା ସହ ଯୋଡ଼ିଥିଲା। ଅନୁଷ୍ଠାନର ସବୁଠାରୁ ପ୍ରଶଂସନୀୟ ଦିଗ ଥିଲା ଅବସର ଦିନରେ ହିଁ ଶ୍ରୀ ହାଲଦାରଙ୍କ ଅନ୍ତିମ ପେନସନ୍ କାଗଜପତ୍ର ସମେତ ଆବଶ୍ୟକ ସରକାରୀ ଦଲିଲ ହସ୍ତାନ୍ତର କରାଯାଇଥିଲା।ଏଥିପାଇଁ ସୁଶ୍ରୀ ଗାୟତ୍ରୀ ଦେବୀ ଓ ସେକ୍ସନ ଅଫିସର ଶ ମାଧବ ମହାନନ୍ଦିଆଙ୍କ ପ୍ରତି ଉପସ୍ଥିତ ଶିକ୍ଷକ ସମାଜ କୃତଜ୍ଞତା ପ୍ରକାଶ କରିଥିଲେ। ଶେଷରେ ଭୀମ ଖିଲଙ୍କ ଧନ୍ୟବାଦ ଅର୍ପଣ ସହିତ ସମାରୋହର ସମାପ୍ତି ହୋଇଥିଲା।
ମାଲକାନଗିରି ରୁ ଦିଲ୍ଲୀପ କୁମାର ଦାସ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


