ଅତାବିରା/ବରଗଡ଼ ତା -୨୯/୦୧(ବିଏମସି ଟିଭି ଓଡ଼ିଆ)
ସଂଯୁକ୍ତ କୃଷକ ସଙ୍ଗଠନ ବରଗଡ଼ ଏବଂ ରାଜ ବୋଡାସମ୍ବର କୃଷକ ସଙ୍ଗଠନ, ପଦ୍ମପୁର ର ଆହ୍ୱାନ କ୍ରମେ ସରକାରର ଧାନକିଣା ଅବ୍ୟବସ୍ଥା ,ଟୋକନ ସମସ୍ୟା ,ପୋଲ୍ୟୁସନ ନାଁ ରେ ଜରିମାନା, ସ୍ମାର୍ଟ ମିଟର ବନ୍ଦ ଏବଂ ୩୦୦ ୟୁନିଟ କୃଷି କ୍ଷେତ୍ର ପାଇଁ ମାଗଣା ବିଦ୍ୟୁତ ଦାବିରେ ଗତକାଲି ବୁଧବାର ୨୮ ତାରିଖ ବରଗଡ଼ ଜିଲ୍ଲା ସକାଳ ୬ ଘଣ୍ଟାରୁ ଦିବା ୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା। ଏହାର ପ୍ରଭାବରେ ଅତାବିରା ଠାରେ ଗାଡ଼ି ମଟର ଯାନବାହାନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଥିଲା। ବରଗଡ଼ ଜିଲ୍ଲାର ଚାଷୀ ଭାଇ ମାନେ ତାଙ୍କ ଧାନ ବିକ୍ରି ସମସ୍ୟା ଏବଂ ଉଚିତ୍ ପ୍ରାପ୍ୟ ଦାବିରେ ରାଜ ରାସ୍ତାରେ ବର୍ଷ ସାରା ଆନ୍ଦୋଳନ ଜାରୀ ରଖିଥିବା ବେଳେ ବିଶେଷ କରି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଚାଷୀଙ୍କୁ ଦେଇଥିବା ବିବେକ ଶୁନ୍ୟ ଭାଷଣ ‘ଚାଷୀ ମାନେ ନୈ।ଟଙ୍କି କରୁଛନ୍ତି’ କୁ ଚାଷୀ ମହଳରେ ଘୋର୍ ବିରୋଧ କରାଯାଇ କୃଷକ ମାନଙ୍କ ସମସ୍ୟା ର ସମାଧାନ ପରିବର୍ତ୍ତେ କଟାକ୍ଷ ଏବଂ ଉପହାସ ବକ୍ତବ୍ୟ ପାଇଁ ମନ୍ତ୍ରୀପଦରୁ ଯଥାଶୀଘ୍ର ବରଖାସ୍ତ କରାଯାଉ ବୋଲି ଦାବି କରାଯାଇଛି। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚେତାବନୀ ଦିଆଯାଇଛି। ଚାଷୀ ଭାଇଙ୍କ ସହ ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନ ଏବଂ ଅତାବିରାରେ ଏହି ଆନ୍ଦୋଳନକୁ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ଦଳ ସମର୍ଥନ ଜଣାଇଥିଲେ।
ବରଗଡ଼ ରୁ ଜିଲ୍ଲା ପ୍ରତିନିଧି ଦୁର୍ଲ୍ଲଭ ଗଡତିଆଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


