ଖୋର୍ଦ୍ଧା ;ତା-୧୨/୦୬(ବିଏମସି ଟିଭି ଓଡିଆ)
ବେଗୁନିଆ ଦେଇ ଯାଇଥିବା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ସାରୁଅ ବଜାର ମଝିରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ସ୍କୁଟି ଉପରେ ଚଢ଼ିଗଲା ମିନାର ନାମକ ଯାତ୍ରୀବାହୀ ବସ।ଘଟଣା ସ୍ଥଳରେ ମହିଳା ସ୍କୁଟି ଚାଳକ ମୃତ। ଘଟଣା ସ୍ଥଳରେ ଉତ୍ତେଜନା ହୋଇଥିବା ବେଳେ ଖୋର୍ଦ୍ଧା ବଲାଙ୍ଗୀର 57 ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ। ସୂଚନା ଅନୁଯାୟୀ ଆଜି ସକାଳୁ ସାରୁଅ ଗାଁର ହାଲୁରି ପାହାଡ଼ସିଂ ନିଜର ଜଣେ ସମ୍ପର୍କୀୟଙ୍କୁ ଛାଡିବାକୁ ବଜାରକୁ ଆସୁଥିବା ବେଳେ ଭୁବନେଶ୍ୱରରୁ ଫୁଲବାଣୀ ଯାଉଥିବା ମିନାର ଯାତ୍ରୀବାହିଁ ବସ ତାଙ୍କୁ ପଛରୁ ଧକା ଦେଇଥିଲା । ଫଳରେ ହାଲୁରି ଙ୍କ ସମ୍ପର୍କୀୟ ପୁରୀ ଚନ୍ଦନପୁରର ମହିଳାଙ୍କ ମୃତ୍ୟୁ ଘଟିଥିବା ଦେଖା ଦେଇଛି। ପରେ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିବା ବେଳେ ଖୋର୍ଦ୍ଧା ଏସ୍ଡ଼ିପିଓ ବାଘମାରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଛନ୍ତି ।ଦୀର୍ଘ ଦୁଇ ଘଣ୍ଟା ରାସ୍ତା ରୋକ ପରେ ପରିସ୍ଥିତି ଶାନ୍ତ ସହିତ ରାସ୍ତାରୋକ ହଟିଥିବା ଦେଖା ଦେଇଛି।
ଖୋର୍ଦ୍ଧା ରୁ ଅଜୟ କୁମାର ସେଠୀ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


