ରାୟଗଡା: ତା,- ୧୬/୦୩(ବିଏମସି ଟିଭି ଓଡ଼ିଆ)
ଆଜି ରାୟଗଡା ଜିଲ୍ଲା ର କଲନରା ବ୍ଲକ ଅଧୀନରେ ଯାଉଥିବା ଥେରୁବାଲି ଗ୍ରାମ ପଞ୍ଚାୟତ ର ରାମଚନ୍ଦ୍ର ନଗର ର ବାସିନ୍ଧା ଶ୍ରୀ ଯୁକ୍ତ ଗପାଳ କୌଶଲିଆ ଙ୍କ ଦୋକାନ ରେ ଅଗ୍ନି କାଣ୍ଡ ଘଟିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାଇ ରାମଚନ୍ଦ୍ର ନଗର ଗ୍ରାମରେ ରେ ରହିଆସୁଥିବା ଶ୍ରୀ ଯୁକ୍ତ ଗପାଳ କୌଶଲିଆ ଓ ତାଙ୍କର ପତ୍ନୀ ଶ୍ରୀମତୀ ଜିନାମା କୌଶଲିଆ । ସେମାନେ କହିବା ମତ ଅନୁଯାଇ ଦୁହିଁ ସ୍ୱମୀ ସ୍ତ୍ରୀ କିଛିଦିନ ହେବ ନିକଟସ୍ଥ ଇମ୍ଫାଲ କଳକାରଖାନା ପାର୍ଶ୍ଵରେ ଥେରୁବାଲି ରେଳ ଷ୍ଟେସନ କୁ ସଂଜଗ କରୁଥିବା ରାସ୍ତା କଡରେ ଋଣ କରଜ କରି ଦୋକାନ ଟି କରିଥିଲେ ଏବଂ ସେଥିରେ ଯାହା ରାଜଗାର ହେଉଥିଲା ପରିବାରର ଭରଣ ପଷଣ ହେଉଥିଲା ଓ କିଛି ଋଣ ମଧ୍ୟ ପରିଷଧ କରୁଥିଲେ । ସେହି ସମୟରେ ଆମ ଗଣ ମାଧ୍ୟମ ଯାଇ ପହଂଚିଥିଲୁ ସେମାନେ କହିବା ମତ ଯାହା କି ରାତି ସେମାନେ ସମୟ ୯ ଘଣ୍ଟା ରେ ଦୋକାନ ବନ୍ଧ କରି ପଳାଇଥିଲେ । ସୂଚନା ମୁତାବକ କି ରାତ୍ର ୧୧ ଘଣ୍ଟା ସମୟରେ ନିଆଁ ଦୋକାନରେ ଲାଗିଯାଇଛି । ଠିକ ସେହି ସମୟରେ ନିକଟରେ ଥିବା ସରକାରୀ ଦେଶୀ ମଦ ଭାଟି ର କିଛି କର୍ମ କର୍ତା ଆସି ନିଆଁ କୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସେ ପର୍ଯନ୍ତ ଦୋକାନ ଓ ଦୋକାନରେ ଥିବା ସମସ୍ତ ସାମଗ୍ରୀ ଧୂଆଁ ପାଉଁଶ ହୋଇଯାଇଥିଲା । ଏହି ଘଟଣା କୁ ନେଇ ସ୍ଥାନ୍ୟ ଥେରୁବାଲି ଓ ରାମଚନ୍ଦ୍ର ନଗରର ଗ୍ରାମ ବାସି ଙ୍କ ମନରେ ଦୁଃଖର ପରିବେଶ ଦେଖିବାକୁ ମିଳିଛି । ଶେଷରେ ଆମେ ଆଣିଥିବା ଋଣ କିପରି ଭାବରେ ଆମେ ପରିଷଧ କରିବୁ ବୋଲି ଶ୍ରୀଯୁକ୍ତ ଗପାଳ କୌଶଲିଆ ଓ ତାଙ୍କ ପତ୍ନୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ସେମାନେ କହିବା ଅନୁଯାଇ ଯଦି ଗ୍ରାମ ପଂଚାୟତ ବା ବ୍ଲକ ତରଫରୁ କିଛି ଆର୍ଥିକ ସାହାଯ୍ୟ କରିଥାନ୍ତେ ତାହା ହେଲେ ଆମେ ସରକାର ଓ ପ୍ରଶାସନ ଙ୍କ ପାଖରେ କୃତଜ୍ଞ ହଇଥାନ୍ତୁ ବୋଲି ମତ ରଖିଛନ୍ତି ।
ରାୟଗଡା ରୁ ମହେନ୍ଦ୍ର କନ୍ଧପାଣି ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


