ବଲାଙ୍ଗୀର/ଟିଟିଲାଗଡ: ତା -୦୪/୦୩(ବିଏମସି ଟିଭି ଓଡ଼ିଆ)
ଆନନ୍ଦ ,ଉଲ୍ଲାସ ରେ ରଙ୍ଗ ର ପର୍ବ ଅବସର ରେ ଲୋକେ ପାଳନ କରୁଥିବା ବେଳେ ଖାଇବାକୁ ମୁଠେ ଲୋକ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ଭଳି ଘଟଣା ନେଇ ଗୁରୁତର ଅଭିଯୋଗ ହୋଇଛି । ପ୍ରକାଶ ଯେ,ଟିଟିଲାଗଡ ଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଆଖ, ପାଖ ଅଞ୍ଚଳରୁ ଗରିବ ସରଳ ,ଅସହାୟ ଲୋକ ଆସି ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଦାୟିତ୍ୱ ରେ ଥିବା କିଛି କର୍ମଚାରୀ ଜାଣି,ଶୁଣି ସରକାରୀ ଭାବେ ତାଙ୍କୁ ଖାଦ୍ୟ ପ୍ରଦାନ କରାଯିବ ନିୟମ ର ଖୋଲା, ଖୋଲି ଉଲ୍ଲଂଘନ କରାଯାଇ ଥିବା ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ଆହାର କେନ୍ଦ୍ର ବନ୍ଦ ଥିବା ବେଳେ ହୋଟେଲ,ଦୋକାନ ବଜାର ବନ୍ଦ ରହିଛି । ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ ଓ ଟିଟିଲାଗଡ ରୁ ପାଞ୍ଚ କି ମି ଦୂର ମାତୃ ଓ ଶିଶୁ ଚିକିତ୍ସାଳୟ ରେ ଗରିବ ଦୁଇ ଶହ,ତିନି ଶହ ଅଟୋ ଭଡ଼ା କରି ନ ପାରି ଭୋକ ଉପାସ ରେ ଅଛନ୍ତି ।ଅତ୍ୟନ୍ତ ନିମ୍ନ ମାନର ଖାଦ୍ୟ ଏପରିକି ପାଣିଆ ଡାଲି ଓ ଭାତ ଦେଇ ସରକାରୀ ନିୟମ ର ଖିଲାପ କରି ପୁଷ୍ଟି କର ଆହାର ଯୋଗାଇ ଦିଆ ଯାଉ ନ ଥିବା ବେଳେ ସ୍ଥାନୀୟ ବିଧାୟକ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ଉପସ୍ଥିତି ରେ ଏହି ଦ୍ବୟ ଡ଼ାକ୍ତରଖାନା ରେ ଏଭଳି ଅନିୟମିତତା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହ କଡ଼ା ତାଗିଦ୍ କରିଥିଲେ । ପ୍ରାୟ ଏକ ମାସ ଏହି ଘଟଣା କୁ ବିତି ଯିବା ସହ ମାନ୍ୟବର୍ ବିଧାୟକ ଲିଖିତ ଅଭିଯୋଗ କରି ଥିଲେ* । *ହେଲେ ବର୍ତ୍ତମାନ ସୁଦ୍ଧା ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗି ଆସୁଥିବା ବେଳେ ଏ ନେଇ ତୁରନ୍ତ ବିଭାଗୀୟ ମୁଖ୍ୟ ଶାସନ ସଚିବ ସ୍ବତନ୍ତ୍ର ରୂପେ ଦୃଷ୍ଟି ଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜନସେବା ସି ବି ଓ ତରଫ ରୁ ଦୃଢ଼ ଦାବୀ ହୋଇଛି* ।
ବିଏମସି ନ୍ୟୁଜ ଓଡ଼ିଶା ।


