ବେଲଗୁଣ୍ଠା: ତା -୧୪/୦୨(ବିଏମସି ଟିଭି ଓଡ଼ିଆ)
ଶୁକ୍ରବାର ଦିନ ସୋରଡା ବିଧାୟକ ନୀଳମଣି ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଧାୟକ ଶ୍ରୀ ବିଷୋୟୀ ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମପଞ୍ଚାୟତର ବୋରି ଗ୍ରାମଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୂଲ୍ୟରେ ଗାଙ୍ଗପୁର ଠାରୁ କୁମୁଣ୍ଡି ରାସ୍ତାର ଉର୍ନ୍ନତିକରଣର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଙ୍କ “ବିକଶିତ ଗାଁ,ବିକଶିତ ଓଡ଼ିଶା”ର ସ୍ବପ୍ନ ପୂରଣରେ ଏକ ଦୃଢ଼ ପଦକ୍ଷେପ। ଏହି ଉଦ୍ୟମ ଅଞ୍ଚଳବାସୀଙ୍କୁ ସୁବିଧାଜନକ ଯାତାୟାତ ବ୍ୟବସ୍ଥା ଯୋଗାଇ ଦେବା ସହ ବାଣିଜ୍ୟ ଓ ସାମାଜିକ ଉନ୍ନତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ବିଧାୟକ ଶ୍ରି ବିଷୋୟୀ ପ୍ରକାଶ କରିଥିଲେ ।ସେହିପରି ନାଟଙ୍ଗା ଗ୍ରାମପଞ୍ଚାୟତ ଠାରେ ମଧ୍ୟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଆନୁକୂଲ୍ୟରେରେ ଡ଼ିମିରିପଲ୍ଲୀ ଠାରୁ ଷଢଙ୍ଗୀପଲ୍ଲୀ ରାସ୍ତାର ଉନ୍ନତି କରଣ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ଶ୍ରୀ ବିଷୋୟୀ । ଏହି ପ୍ରକଳ୍ପ ମାଧ୍ୟମରେ ଅଞ୍ଚଳର ଗ୍ରାମ ଗୁଡିକ ସୁବିଧାଜନକ ଯାତାୟାତ ଓ ବୃହତ୍ ଅର୍ଥନୈତିକ ଉନ୍ନତିର ଦିଗରେ ଅଗ୍ରସର ହେବେ। ଏହା କେବଳ ଏକ ସଡ଼କ ନୁହେଁ, ଏହା ଆମ ଲୋକଙ୍କ ସ୍ବପ୍ନ, ଆଶା ଓ ଅଧିକାର ସହିତ ସଂପୃକ୍ତ ଅଗ୍ରଗତିର ପଥ ବୋଲି ପ୍ରକାଶ କରିଥିଲେ ଶ୍ରୀ ବିଷୋୟୀ ।ସେହିପରି କ୍ଷେତ୍ରୀୟବରପୁର ଗ୍ରାମପଞ୍ଚାୟତର ବିଞ୍ଚଣା ଗ୍ରାମରେ କ୍ଷେତ୍ରୀୟବରପୁର ସୋସାଇଟି “ଧାନ ସଂଗ୍ରହ କେନ୍ଦ୍ର”ର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ଶ୍ରୀ ବିଷୋୟୀ । ସମସ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ସ୍ଥାନୀୟ ନେତା ଏବଂ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


