ବେଲଗୁଣ୍ଠା-ତା -୨୭/୧୨(ବିଏମସି ଟିଭି ଓଡ଼ିଆ)
ବେଲଗୁଣ୍ଠା ଥାନା ଘୁ. ନୂଆଗାଁ ଗ୍ରାମର ମାଁ ବର ପାହାନ୍ତି ଠାକୁରାଣୀ ଏବଂ ଶନି ମନ୍ଦିରରୁ ଚୋରି ଘଟଣାରେ ପୁଲିସ୍ ୪ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ମାନେ ହେଲେ ବେଲଗୁଣ୍ଠା ଥାନା ଇନ୍ଦ୍ରଗଡ଼ ଗ୍ରାମର ଆକାଶ ସ୍ୱାଇଁ, ଦେବାଶିଷ ଖଟେଇ,ଚାଟୁଲାଗ୍ରାମର ଶୁଭମ୍ ସ୍ଵାଇଁ, ଏବଂ ଖୁଖୁଣ୍ଡିଆଗ୍ରାମର ଶିବରାମ ନାୟକ ଅଭିଯୁକ୍ତଙ୍କଠାରୁ ପୁଲିସ୍ ମୋଟ ୯. ୪୪୮ କିଲୋ ଗ୍ରାମର୧୪ ଖଣ୍ଡ ତରଳା ଯାଇଥିିବା ରୂପା ଅଳଙ୍କାର,ପାଣି ପମ୍ପ, ମ୍ୟୁଜିକ ଡେକ୍,ଗୋଟିଏ ସ୍କୁଟି, ଗୋଟି ଏଟିଭିଏସ୍ ଜୁପିଟର ଓ ଗୋଟିଏଟିଭିଏସ୍ ସ୍ପୋର୍ଟସ ବାଇକ୍ ଜବତ କରିଛି। ଗିରଫ ପରେ ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି। ସୂଚନାପ୍ରକାରେ ଗତ ୧୨ ତାରିଖ ରାତିରେ ଅଭିଯୁକ୍ତମାନେ ମା’ ବରପାହାନ୍ତି ଠାକୁରାଣୀ ଏବଂ ଶନି ମନ୍ଦିରର ତାଲା ଭାଙ୍ଗି ଚୋରି କରିଥିଲେ। ପରଦିନ ଏ ନେଇ ମନ୍ଦିର କମିଟିର କମିଟି ସଦସ୍ୟମାନଙ୍କ ସହଆକୁଳାନନ୍ଦ ସାହୁ ବେଲଗୁଣ୍ଠା ଥାନାରେ ଏନେଇ ଲିଖିିତ ଅଭିଯୋଗ କରିଥିଲେ । ଅଭିଯୁକ୍ତମାନେ ମା’ ବରପାହାନ୍ତି ଠାକୁରାଣୀ ଲୁଟ ୯କିଲେ । ରୂପା ଉଦ୍ଧାରମନ୍ଦିରରେ ପଶି ରୂପ ମୁକୁଟ ରୂପାହାର, ରୂପା କାନ / ଆଖିି/ନାକ ଅଳଙ୍କାର ଚୋରି କରିଥିଲେ । ସେହିପରି ଅପରାଧୀମାନେ ଶନି ମନ୍ଦିରରୁ ଏକ ରୂପା ଗ୍ଳାସ୍, ଏକ ରୂପା ପାତ୍ର, ଏକ ସଂଗୀତ ଡେକ୍ ସିଷ୍ଟମ ଏବଂ ଏକ ପାଣି ପମ୍ପ ଚୋରି କରିନେଇ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିିଲା ଏନେଇ କେସ୍ନଂ ୬୦୦/୨୫ ରେ ମାମଲାରୁ ଜୁ କରି ପୁଲିସ ତଦନ୍ତ ଚଳାଇଥିିଲା ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


