ବେଲଗୁଣ୍ଠା: ତା -୩୦/୧୨(ବିଏମସି ଟିଭି ଓଡିଆ)
ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ୧୯୮୮ ମାଟ୍ରିକ ବେଚର ବନ୍ଧୁମିଳନ ଆଜି ଭଞ୍ଜନଗର ବନବିହାର ପରିସରରେ ଅନୁଷ୍ଠିତ ହେଇଯାଇଛି। ଏହି ଅବସରରେ ପ୍ରାୟ ୨୫ ଜଣ ସହପାଠୀ ନିଜ ନିଜର ପରିବାରକୁ ନେଇ ଏକତ୍ରିତ ହୋଇଥିଲେ ଓ କିଛି ବନ୍ଧୁ ଉପସ୍ଥିତ ହୋଇପାରିନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଏହି ମିଳନ ଉତ୍ସବରେ ପ୍ରଥମେ ସମସ୍ତ ବନ୍ଧୁ ଭାଇଚାରା ଭାବ କରି ପୁରୁଣା ସ୍ମୃତିକୁ ମନେ ପକେଇଥିଲେ ଓ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନିଜ ବ୍ୟକ୍ତିଗତ ଜୀବନୀ ବିଷୟରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ରକ୍ତଦାନ, ବୃକ୍ଷରୋପଣ ଓ ସାମାଜିକ ସେବା ଭଳି କାର୍ଯ୍ୟକ୍ରମ କରାଯିବା ସମ୍ପର୍କରେ ମତ ଦେଇଥିଲେ। ସମସ୍ତ ବନ୍ଧୁ ନିଜ ପରିବାର ସହିତ ଏକ ଗୀତ ନାଚ ଓ ସାଧାରଣ ଜ୍ଞାନର ଭଳି ଆସର ଜମିଥିଲା।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


