ସମ୍ବଲପୁର/ବୁର୍ଲା:ତା-୧୭/୦୩ (ବିଏମସି ଟିଭି ଓଡିଆ)
ଗଣ୍ଡା ସମାଜ କଲ୍ୟାଣ ପରିଷଦର ୨୭ତମ ସ୍ଥାପନ ଦିବସ ସଭାପତି ନିହାଲ ସିଂ ଙ୍କ ସଭାପତିତ୍ବରେ ମହା ଆଡ଼ମ୍ବରରେ ପାଳନ ହୋଇଯାଇଛି । ପ୍ରଥମେ ଡ.ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ଶ୍ରୀସିଂ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।ଉପସଭାପତି ରାମକୃଷ୍ଣ ଶାସନି , ସଂଗଠନ ସମ୍ପାଦିକା ଯମୁନା ଶିକା, ନାରାୟଣ ବାରିକ ଓ କ୍ଷିରୋଦ ନାୟକଙ୍କ ନେତୃତ୍ୱରେ ପେଟ୍ରୋଲ ପମ୍ପ ଦେଇ ଦୁର୍ଗା ମଣ୍ଡପ ଆଇଜି ମାର୍କେଟରେ ଗଣ୍ଡାବଜା ସହ ଶୋଭାଯାତ୍ରା ପହଞ୍ଚି ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ ମୁଖ୍ୟବକ୍ତା, ପ୍ରତିଷ୍ଠାତା ସଭାପତି ଓ ଉପଦେଷ୍ଟା ମିନକେତନ ବାଦି, ଆଶୁକବି ଗଦାଧର ନୀଆଲ, ରୁପାଞ୍ଜଳି ରଣବିଡା ଓ ଭନ୍ତେ ଶୁମଙ୍ଗଲ ବୌଦ୍ଧ, ଡ.ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭବନ ସଭାପତି ଗୌରହରି ସେନାପତି, ଲିଙ୍ଗରାଜ ବାଗ, ଝସକେତନ ଦୀପ, ଡ. ଶ୍ରୀହରି ନାଗ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଉପସଭାପତି ଶିବଶଙ୍କର ପ୍ରଧାନଙ୍କ ସଭାପତିତ୍ବରେ ସମ୍ମାନିତ କରାଯାଇଥିଲା । ସମ୍ମାନିତ ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ପବିତ୍ର ଦେହେରି ବରିଷ୍ଟ ନାଗରିକ, ମା ରାଜକୁମାରୀ ଦୀପ, ରମାକାନ୍ତ ତାଣ୍ଡି, ଡ. ମୂରଲୀଧର ମହାନନ୍ଦ, କବି ହ୍ରଦ ମଲ୍ଲିକ, ସଙ୍ଗୀତକାର ପାରସ ହରିପାଲ, ମନୋଜ କୁମାର ସୁନା, ପିଙ୍କି ଲୁହା, କଳ୍ପନା ନାଏକ, ଅଞ୍ଜଳିପ୍ରଭା ସୁନା, ପଦ୍ମା ମହାନନ୍ଦ, କୁନୁ ଛତ୍ରିଆ ଓ ଚେରେଙ୍ଗା ସୁନା ପ୍ରମୁଖ। ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଦିଲୀପ ଦୀପ, ମିନାକ୍ଷୀ ରାଉତ, ସୁଦର୍ଶନ ହରିପାଲ, ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ପଙ୍କଜ ଜାଲ, ମାନସୀ ପାଣିଗ୍ରାହୀ, ନୃତ୍ୟ ନିର୍ଦ୍ଦେଶକ ଓ ଗାୟକ ଦୁର୍ଗା ଦାସ, ହାସ୍ୟ ଅଭିନେତା ବିନ୍ଦୁ, ସୁଦର୍ଶନ ଦୀପ ପ୍ରମୁଖ ଯୋଗଦେଇଥିଲେ। ଏହି ସ୍ଥାପନା ଦିବସକୁ ଉପଦେଷ୍ଟା ପୁରନ୍ଦର ସୁନା, ସମ୍ପାଦକ ଅମିନ ମହାନନ୍ଦ, ଦିଲୀପ ଲୁହା ଓ ଭଗବାନ ନିଆଳ ସକ୍ରିୟ ଭାବେ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା
ଗଣ୍ଡା ସମାଜ କଲ୍ୟାଣ ପରିଷଦର ସ୍ଥାପନା ଦିବସ ପାଳିତ


