ଗୋଡଭଗା:ତା-୧୯/୦୩ (ବିଏମସି ଟିଭି ଓଡିଆ)
ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ୍ ଅନ୍ତର୍ଗତ କଳାମାଟି ପଞ୍ଚାୟତ ଅଧିନସ୍ଥ ଗୋଡଭଗା କେମ୍ପ୍ ସ୍ଥିତ ଘୁଡୁକାଟିକ୍ରା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇ ଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଶ୍ରୀକ୍ରିଷ୍ଣା ଗ୍ୟାସ୍ର ସଦସ୍ୟ ତଥା ହରିଓମ୍ ଗ୍ୟାସ୍ ଗୋଶାଳାର ମୁଖ୍ୟ ଦିଲ୍ଲୀପ ଅଗ୍ରୱାଲ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଶିଶୁ ଭାଇ ଭଉଣୀମାନଙ୍କୁ ନବବର୍ଷର ଶୁଭେଚ୍ଛା ତଥା ଶୁଭାଶିର୍ବାଦ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ସଭାପତି ପ୍ରଦୀପ କର୍ଣ୍ଣ ହିନ୍ଦୁ ନବବର୍ଷ ଉପରେ ଅଭିଭାଷଣ ରଖିଥିଲେ। ଉପ ସଭାପତି ସୁଦାମ ପ୍ରଧାନ ନବବର୍ଷ ପାଳନର ବିଶେଷତ୍ଵ ବିଷୟରେ ଆଲୋକ ପାତ କରିଥିଲେ। ରୁକ୍ମିଣୀ ଛନ୍ଦ ଗୁରୁମା ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ହିନ୍ଦୁ ନବବର୍ଷ ପାଳନର ଉଦ୍ଦେଶ୍ୟ ସଂପର୍କରେ ନିଜସ୍ଵ ମତାମତ ରଖିଥିଲେ। ବିଦ୍ୟାଳୟର ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ବାସନ୍ତୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଛାତ୍ରୀ ତନ୍ମୟୀ ପାଣିଗ୍ରାହୀ ନିଜସ୍ଵ ଢଙ୍ଗରେ ଗୀତ ପରିବେଷଣ କରିଥିଲେ। ଛାତ୍ରୀ ପୁନମ ଅଦାବର୍ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବିଦ୍ୟାଳୟର ବରିଷ୍ଠ ଗୁରୁମା ମଞ୍ଜୁ ଲତା ପ୍ରଧାନ କାର୍ଯ୍ୟକ୍ରମର ପ୍ରମୂଖ ଦାୟିତ୍ଵ ବହନ କରିଥିଲେ। ପରିଚାଳନା ସମିତିର ସଦସ୍ୟା ରୀନା ମହାରଣା ଓ ରେସୱିନୀ ସେଠ୍ ମଧ୍ଯ ଉପସ୍ଥିତ ଥିଲେ, ସେବିକା ମମତା, ବିଳାସିନୀ, ତପସ୍ଵିନୀ, ରିଙ୍କି, ସେବକ ଜୟଦେବ, ବସନ୍ତ ତଥା ଗୁରୁମା ପୂଜା ସାହୁ, ସରିତା, ବେବୀ ରାଣୀ, ସୈରେନ୍ଦ୍ରି, ସୁନୀତା ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ଘୁଡୁକାଟିକ୍ରା ସରସ୍ଵତୀ ଶିଶୁ ଵିଦ୍ୟାମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ


