ସମ୍ବଲପୁର/ବରପାଲି:ତା-୧୩/୦୨ (ବିଏମସି ଟିଭି ଓଡିଆ)
ବରପାଲି ବ୍ଲକ କୁମ୍ଭାରୀ ପଞ୍ଚାୟତ ଅନ୍ତର୍ଗତ ସମଲେଇପଦର ଗ୍ରାମରେ ଏକ ଐତିହାସିକ ନିଦର୍ଶନ ଦେଖିବାକୁ ମିଳିଛି। ‘ଆଜି ବି ଜୀବିତ ରହିଛି ମଣିଷ ପଣିଆ’ ଅଞ୍ଚଳରେ ଉଦାହରଣ ସାଜିଲା ଭୋଏ ପରିବାର। ଧାନ ସଂଗ୍ରହ କରିବା ପାଇଁ ଗୋଟିଏ ମାର୍କେଟ ୟାର୍ଡ଼ ଆବଶ୍ୟକତା ବହୁ ଦିନରୁ ଅନୁଭୁତ ହେଉଥିବା ବେଳେ ଅନେକ ସମୟରେ ଏଥିପାଇଁ ଦାବି ଉଠୁଥିଲା। ସରକାରୀ ଜମିର ଅଭାବି ଦୃଷ୍ଟିରୁ ମାର୍କେଟ ୟାର୍ଡ ସ୍ଥାପନରେ ଘୋର ବାଧକ ସାଜୁଥିଲା। ସମସ୍ୟାର ନିରାକରଣ ଓ ଗ୍ରାମବାସୀଙ୍କ ହିତ ପାଇଁ ହିରାଧର ପଧାନଙ୍କ ନେତୃତ୍ବରେ ବଳିଷ୍ଠ ଭୋଏ, ମେଘ ଭୋଏ, ଥାବ ଭୋଏ, ନବ ଭୋଏ, ସୁରୁବୁଈ ଭୋଏ ସ୍ଵଇଚ୍ଛାରେ ୬୭ ଡିସିମିଲ ଜମି ଯାହାର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ଦାନ କରିଛନ୍ତି। ବରଗଡ ଆର୍ଏମ୍ସି ସମ୍ପାଦକ ଗୋବିନ୍ଦ ନାଗ ଓ ତହସିଲଦାର ରୁକ୍ମଣ ମେହେରଙ୍କ ଉପସ୍ଥିତିରେ ଜମି ରେଜିଷ୍ଟ୍ରି ପର୍ବ ସମ୍ପନ୍ନ ହୋଇଥିଲା। ରେଜିଷ୍ଟ୍ରି କାର୍ଯ୍ୟକ୍ରମ ସମୟରେ ଗ୍ରାମର ଭଗବାନ ପଧାନ, କେଶବ କଠାର, କୃଷ୍ଣଚନ୍ଦ୍ର ମହାକୁଡ, ଶେଷ ଦୀପ, ବିପିନ ବେହେରା,ଗଢ଼ି ମହାକୁଡ ଓ ଆର୍ଏମ୍ସି ର ସମ୍ପାଦକ ଗୋବିନ୍ଦ ନାଗ, ବିଜୟ ରାଉତ, ଗିରିଧାରୀ ମହାକୁଡ, ପ୍ରଶାନ୍ତ ଦାସ, ଦୀପକ ରାଉତ, ଧିରୋଜ୍ ପଧାନ, ଲୁବୁରୁ ପଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଓକିଲ ପ୍ରତାପ ସିଂ ଓ ଶରତ ଦାସ ରେଜିଷ୍ଟ୍ରି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ସମାଜର ମଙ୍ଗଳ ପାଇଁ କୋଟି କୋଟି ଟଙ୍କାର ଜମି ଏକ ପରିବାର ଦାନ କରିଥିବାରୁ ଅଞ୍ଚଳରେ ଏହା ଏକ ନିଚ୍ଛକ ନିଦର୍ଶନ ହୋଇଥିବା ସମୟରେ ଆଲୋଚ୍ୟ ବିଷୟବସ୍ତୁ ହୋଇଛି।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ଏବେ ବି ବଞ୍ଚିଛି ମଣିଷ ପଣିଆ: ଗ୍ରାମର ହିତ ଦୃଷ୍ଟିରୁ ଭୋଏ ପରିବାରର ଜମିଦାନ


