ବ୍ରହ୍ମପୁର: ତା – ୨୨/୧୨ (ବିଏମସି ଟିଭି ଓଡିଆ)
ଦୀର୍ଘ ଦିନର ବ୍ୟବଧାନ ପରେ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁଣ୍ଠି ସ୍ଥିତ ଏକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର ମହାନଗର ନିଗମରେ ସହର ତଳି ଅଞ୍ଚଳ ମିଶ୍ରଣ ନେଇ କମିଟି ଦ୍ଵାରା ଅଦ୍ୟାବଧି ନିଆଯାଇଥିବା ପଦକ୍ଷେପ ଓ ପ୍ରୟାସ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହ ମିଶ୍ରଣରେ ତାଜା ସ୍ଥିତି ବିଷୟରେ ସଦସ୍ୟ ମାନଙ୍କୁ ଅବଗତ କରାଯାଇଥିଲା । ଅଧିକନ୍ତୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ମିଶ୍ରଣ ନେଇ ଯଦି ସରକାର ବିଜ୍ଞପ୍ତି ପ୍ରକାଶ ନକରନ୍ତି ତାହାହେଲେ ଏହା ଅଯଥା ବୈଧାନିକ ଓ ଆଇନଗତ ଜଟିଳତା ମଧ୍ୟରେ ଫସିଯିବ ଏଵଂ ମୁଖ୍ୟମନ୍ତ୍ରୀଙ୍କ ବୃହତ୍ତର ବ୍ରହ୍ମପୁର ମହାନଗର ନିଗମର ଗଠନ ଘୋଷଣା ଘୋଷଣାରେ ହିଁ ରହିଯିବ। କାରଣ ୨୦୨୬ ରେ ଆରମ୍ଭ ହେବାକୁ ଥିବା ଜନଗଣନା ନିମନ୍ତେ ଯେ କୌଣସି ଅଞ୍ଚଳର ପ୍ରଶାସନିକ ସୀମା ନିର୍ଦ୍ଧାରଣ ସକାଶେ ଡିସେମ୍ବର ୩୧ ତାରିଖକୁ ଶେଷ ତାରିଖ ରୂପେ ଧାର୍ଯ୍ୟ କରଯାଇଛି। ଯଦିଓ ମୁଖ୍ୟମନ୍ତ୍ରୀ ନିଜର ବ୍ରହ୍ମପୁର ଗ୍ରସ୍ତ ସମୟାରେ ମିଶ୍ରଣ ନେଇ ସରକାରଙ୍କ ଇଚ୍ଛା ଶକ୍ତି ଜାହିର କରିଛନ୍ତି। କିନ୍ତୁ ଏ ନେଇ ଶେଷ ତାରିଖ ପାଖେଇ ଆସୁଥିବା ସ୍ଵତ୍ତେ ପ୍ରାଶାସନିକ କ୍ଷେତ୍ର ସ୍ତରରେ ଅମଲାତାନ୍ତ୍ରିକ ଉଦାସୀନତା ଓ ଅବହେଳାର ଶୀକାର ହୋଇ ଏହି ପ୍ରକ୍ରିୟା ମନ୍ଥର ଗତିରେ ଚାଲିଥିବା ହେତୁ ନିକଟରେ କମିଟିର ସଦସ୍ୟମାନେ ଭୁବନେଶ୍ବରରେ ପୌର ପ୍ରଶାସନ ନିର୍ଦ୍ଦେଶକ, ପଞ୍ଚାୟତ ରାଜ ବିଭାଗ ଅତିରିକ୍ତ ସଚିବ ତଥା ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ପ୍ରକିୟାକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ମିଶ୍ରଣ ନେଇ ବିଜ୍ଞପ୍ତି ଜାରି କରିବାକୁ ଅନୁରୋଧ କରିଥିଲେ। ଏ ପରୀପ୍ରେକ୍ଷୀରେ କମିଟି ଆଶା କରୁଛି ଯେ ପ୍ରସଙ୍ଗର ଗମ୍ଭୀରତା ଓ ଆବଶ୍ୟକତା ତଥା ସରକାରଙ୍କ ସକାରାତ୍ମକ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ତଥା ସମୟର ପାବନ୍ଧି କାରଣରୁ ସରକାର ଓ ବିଭଗ ଏ ନେଇ ତ୍ୱରିତ ପଦକ୍ଷେପ ନେବେ ଏଵଂ ଦୀର୍ଘ ଦିନର ଏହି ପ୍ରସଙ୍ଗ ଉପରେ ପୂର୍ଣ୍ଣଚ୍ଛେଦ ପକାଇବ ବୋଲି କମିଟି ଆଶା ପୋଷଣ କରିଛି ।

ଏ ନେଇ ଜିଲ୍ଲାର ମନ୍ତ୍ରୀ ,ବିଧାୟକ ଓ ସାଂସଦ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ନଚେତ୍ ଏହି ପ୍ରସଙ୍ଗ ଏକ ଜଟିଳ ରୂପ ଧାରଣ କରିବ ବୋଲି କମିଟି କହିଛି। ଆଜିର ବୈଠକର ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ , ଉପସଭାପତି ଦେବୀ ପ୍ରସାଦ ଦାସ, ଯୁଗ୍ମ ସମ୍ପାଦକ ଟି. ସୁଦେଶ ପାତ୍ର, ଉପଦେଷ୍ଟା ପ୍ରବୀଣ କୁମାର ପଟ୍ଟନାୟକ, କାଳିନ୍ଦୀ ଚରଣ ନାୟକ ଓ ହରିହର ନାୟକ ପ୍ରମୁଖ ମଞ୍ଚାସିନ ଥିଲା ବେଳେ ଅଜିତ୍ ପଟ୍ଟନାୟକ, ଦିଗାମ୍ବର ସାମନ୍ତରାୟ, ସି ଏଚ୍ ରାମ କ୍ରିଷ୍ଣା ଦାସ, ବି ଭି ସାଗର, ଶ୍ରୀକାନ୍ତ ପଢ଼ିହାରି, ଶ୍ରୀମନ୍ତ ପାଣିଗ୍ରାହୀ, ଲକ୍ଷ୍ମୀ କାନ୍ତ ଜେନା, ଟୁନା ସେଠୀ, ସୁଶାନ୍ତ କୁମାର ସାହୁ, ସୁବାଷ ଚନ୍ଦ୍ର ପାତ୍ର, ବୃନ୍ଦାବନ ପାତ୍ର, କାହ୍ନୁ ଚରଣ ପତି, ଏ କେ ନନ୍ଦ, ଏମ୍ ତାରେକେଶ୍ୱର ଦୋରା , ଚିତ୍ରସେନ ବାରିକ, ଅଭୟ ଚରଣ ପାତ୍ର, ଅଶୋକ କୁମାର ମହାନ୍ତି, ସୁଶାନ୍ତ କୁମାର ସାହୁ, ହାଡୁ ସେଠୀ, ବିଶ୍ଵନାଥ ବେହେରା, ବି ଆର୍ ପ୍ରଧାନ, ଏସ କେ ସାହୁ, ବ୍ରଜ ବନ୍ଧୁ ବେହେରା, ପ୍ରେମାନନ୍ଦ ବେହେରା, ରାମକୃଷ୍ଣ ପାତ୍ର, ସଞ୍ଜୟ କୁମାର ଦାସ, ସୁନିଲ ପାତ୍ର, କାହୁଁ ଚୌଧୁରୀ, ଏ ରାମା ରାଓ, ପି .ସୁଦାମ ପାତ୍ର,ଜଗନ୍ନାଥ ପ୍ରଧାନ, ସନ୍ତୋଷ କୁମାର ସାହୁ, ସୁକାନ୍ତ ଚନ୍ଦ୍ର ସାହୁ, ଜଗଦୀଶ ପ୍ରସାଦ ମାଝୀ, ସୁରେନ୍ଦ୍ର ନାଥ ପାଣିଗ୍ରାହୀ, ବି ସୁଦର୍ଶନ ପାତ୍ର, ଗୋପାଳ ଚନ୍ଦ୍ର ମିଶ୍ର, ଟି ସଂଗ୍ରାମ କୁମାର ,ସରୋଜ ପଟ୍ଟନାୟକ, ରାକେଶ କୁମାର ବେହେରା, ସତ୍ୟଶିବ ପଟ୍ଟନାୟକ, ସୁବାଷ ପାତ୍ର, ଏ କୁମାର ଆଚାରି, ସଞ୍ଜୟ କୁମାର ପାତ୍ର ଓ ସରତ କୁମାର ରଥ ପ୍ରମୂଖ କାର୍ଯ୍ୟକର୍ତ୍ତା ଏଵଂ ସକ୍ରିୟ ସଦସ୍ୟ ମାନେ ଯୋଗ ଦେଇଥିଲେ। କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର ସଭା ପରିଚାଳନା କରିଥିଲେ।
ବ୍ରହ୍ମପୁରରୁ କାଳୀ ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


