ବେଲଗୁଣ୍ଠା: ତା -୨୩/୦୨(ବିଏମସି ଟିଭି ଓଡ଼ିଆ)
ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗୋବରା ଗ୍ରାମପଞ୍ଚାୟତର ବାସୁଦେବପୁର ଠାରେ ପ୍ରଜାପିତା ବ୍ରହ୍ମlକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପ୍ରଭୁ ସ୍ମୃତି ଭବନ ଆଜି ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍ଘାଟନୀ ସମାରୋହରେ ରାଜଯୋଗିନୀ ବ୍ରହ୍ମକୁମାରୀ ମାଳା ଦିଦିଜୀଙ୍କ ସହ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇ ଏକବ୍ରହ୍ମକୁମାରୀଜ୍ ପାନ୍ଥଶାଳା ଉଦ୍ଘାଟନ କରିଥିଲେ । ଅଞ୍ଚଳରେ ଆଧ୍ୟାତ୍ମିକ ଚେତନାର ପ୍ରଚାର ପ୍ରସାର ଦିଗରେ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ବହୁତ ବଡ ଭୂମିକା ଗ୍ରହଣ କରିଥିବା ବେଳେ ବ୍ରହ୍ମକୁମାରୀ ମାନେ ଅହିଂସା, ଶାନ୍ତି, ସଦଭାବ, ଭାଇଚାରା ଏବଂ ସହନଶୀଳତା ଭଳି ଚିନ୍ତନ ଓ ଭାରତୀୟ ମୂଲ୍ୟବୋଧକୁ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ପ୍ରସାର କରୁଛନ୍ତି ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରକାଶ କରିଥିଲେ । ଆମେ ସମସ୍ତେ ସେହି ଇଶ୍ୱରୀୟ ପରମାତ୍ମାଙ୍କ ସନ୍ତାନ। ଆମ୍ଭେ ସମସ୍ତେ ଏକତାର ସହ ଭଗବାନ ନାମ ଧ୍ୟାନ କରି ସମାଜର ମଙ୍ଗଳ କାମନା କରିବା । ଜୀବନର ଏହି ମହତ୍ ଉଦ୍ଦେଶ୍ୟକୁ ସମାଜରେ ପରିବ୍ୟାପ୍ତ କରିବା ପାଇଁ ବ୍ରହ୍ମକୁମାରୀ ମାନେ ଯେଉଁ ପ୍ରୟାସ କରୁଛନ୍ତି ତାହା ଉଚ୍ଚ ପ୍ରଶଂସନୀୟ ବୋଲି ଉପସ୍ଥିତ ବ୍ୟକ୍ତି ମାନେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ସମସ୍ତ ଭାଇ ଭଉଣୀ ସହଯୋଗ କରିଥିଲେ ।
ବେଲାଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


