ବାଲିମେଳା ୧୪/୦୨ (ବିଏମସି ଟିଭି ଓଡ଼ିଆ)
ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ (ଓହେଚପିସି )ପକ୍ଷରୁ
ରାଜ୍ୟରେ ଥିବା ସମସ୍ତ ଜଳ ବିଦ୍ୟୁତ କେନ୍ଦ୍ରକୁ ନେଇ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଗତ ୨୮ରୁ ୩୧ ପଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟରେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ଟିମ ଇଣ୍ଟର ୟୁନିଟ ଟୁର୍ନାମେଣ୍ଟ ଖେଳି ଚମ୍ପିୟନ ହୋଇଥିଲା। ଏହି ଟିମର ମ୍ୟାନେଜର ଶ୍ରୀ ବିଚିତ୍ର ଗୋଚ୍ଛାୟତଙ୍କ ଅଧ୍ୟକ୍ଷତାରେ ରେଙ୍ଗାଲି ଯାଇଥିବା ବାଲିମେଳା ଟିମରେ ଫାଇନାଲ୍ ମ୍ୟାଚରେ ସିମାଞ୍ଚଳ ସୁବୁଦ୍ଧି ଓ ତାପଶ କୁମାର ପାଲ୍ ଚମତ୍କାର ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲେ।ବିଶ୍ୱଜିତ୍ ଖଣ୍ଡୁଆଳଙ୍କୁ ଉତ୍କୃଷ୍ଟ ରକ୍ଷଣାତ୍ମକ ଖେଳ ପାଇଁ “ବେଷ୍ଟ ଡିଫେଣ୍ଡର୍” ପୁରସ୍କାର ପାଇଥିଲେ। ଶନିବାର ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ୟୁନିଟ୍ ହେଡ୍ (ଏସଜିଏମ ) ତଥା ବରିଷ୍ଠ ସାଧାରଣ ପରିଚାଳକ ଦିଲ୍ଲୀପ କୁମାର ସ୍ୱାଇଁ ଟୁର୍ନାମେଣ୍ଟରେ ଚମ୍ପିୟନ ହୋଇଥିବା ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଏହା ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରର ମର୍ଯ୍ୟାଦା ବୃଦ୍ଧି କରିଛି ବୋଲି ସେ କହିଛନ୍ତି।ଏହି ସଫଳତା ଉପଲକ୍ଷେ କର୍ମଚାରୀମାନଙ୍କ ପାଇଁ ବାଲିମେଳା ସହରରେ ଡ୍ରଗ ଲାଇନରେ ଥିବା (ବିପିପିଇ) ୟୁନିଅନ୍ (୭୦୦) ପରିସରରେ ୟୁନିୟନର ଅଧ୍ୟକ୍ଷ ପ୍ରବୀର କୁମାର ଦାସ ଓ( ଓଏସଇବି) ମହାସଂଘ ଅଧ୍ୟକ୍ଷ ସୁଜିତ କୁମାର ପାତ୍ର ଏବଂ ଦୀନବନ୍ଧୁ ମଲ୍ଲିକ ତଥା ଅନ୍ୟ ସମସ୍ତ ସଦସ୍ୟ ମାନଙ୍କ ସହଯୋଗ ଦ୍ୱାରା ଏକ ସମ୍ବର୍ଦ୍ଧିତ ସଭା ଆୟୋଜନ କରାଯାଇଥିଲା।ଏହି ସଭାରେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟରତ ଥିବା ବହୁ ଅଧିକାରୀ ଓ କର୍ମଚାରୀମାନେ ବିଜେତା ହୋଇଥିବା ଟିମର
ଖେଳାଳି ମାନଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜଣାଇଥିଲେ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


