ବାଙ୍କୀ: ତା -୦୮/୦୩(ବିଏମସି ଟିଭି ଓଡ଼ିଆ)
ବାଙ୍କୀର ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦର ଆୟୋଜନରେ କୁଶୁପଙ୍ଗୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ନିସ୍ତିପୁର ଗ୍ରାମର ଆରାଧ୍ୟା ଦେବୀପୀଠ ମାଅରାଚଣ୍ତୀ ଠାକୁରାଣୀଙ୍କ ପ୍ରାଙ୍ଗଣରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି। ଯୁବ ସଂଗଠକ ଜଗମୋହନ ରାଉତ ଓ ସଂଗଠିକା ସ୍ନେହାଞ୍ଜଳି ବିଶ୍ବାଳ ଓ ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକା, ସୁଲେଖିକା ତଥା ଶିମିଳିପୁର ଓ ହରିରାଜପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଡକ୍ଟର ଜୟନ୍ତୀ ବାଳା ଜେନା ଉପସ୍ଥିତ ଥିବା ବେଳେ, ବିଶିଷ୍ଟ ବକ୍ତାଭାବେ ସମାଜସେବିକା ଓ ସଂଗଠିକା ସବିତା ମଲ୍ଲିକ, ବିଶିଷ୍ଟ ଅତିଥି ଭାବରେ ମହିଳା ନେତ୍ରୀ ସ୍ନେହାଞ୍ଜଳୀ ବିଶ୍ବାଳ, ସମ୍ମାନିତ ଅତିଥିଭାବେ ଶିକ୍ଷାବିତ୍ ପଣ୍ଡିତ ମନୋଜ କୁମାର ରାଉତ, ଶ୍ରୀରାମ କମିଟିର ସଭାପତି ବିଶ୍ୱ ରଞ୍ଜନ ସ୍ବାଇଁ ଓ ଯୁବ ସଂଗଠିକା ପ୍ରମୋଦିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ତାଳବସ୍ତ, ଡମପଡା, ରାଜୀବ ନଗର, ଇନ୍ଦୁମତୀ ପାଟଣା, ନିସ୍ତିପୁର ଓ ଘୋଡାର ଆଦିଗ୍ରାମରୁ ଶତାଧିକ ମହିଳାମାନେ ଉପସ୍ଥିତ ରହି ସଭାକାର୍ଯକୁ ଗୌରବ ମଣ୍ଡିତ କରିଥିଲେ। ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିମା ମହାପାତ୍ର, ଅନ୍ନପୂର୍ଣ୍ଣା ପରିଡା, ପ୍ରମୋଦିନୀ ସାହୁ, ସବିତା ମଲ୍ଲିକ, ସ୍ନେହାଞଳି ବିଶ୍ବାଳ, ବିବାସିନୀ ରାଉତ, ସରୋଜିନୀ ରାଉତ ଓ ସୂର୍ଯ୍ୟକାନ୍ତୀ ମହାନ୍ତିଙ୍କୁ ପରିଷଦ ପକ୍ଷରୁ ନାରୀ ଜାଗୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆଜିର ନାରୀମାନେ ଶିକ୍ଷା, ସ୍ବାସ୍ଥ୍ୟ ଓ ସମାନତା କ୍ଷେତ୍ରରେ କିପରି ଆଗକୁ ଯାଇପାରିବେ ଓ ସେମାନଙ୍କୁ ସମସ୍ତ ଅଧିକାର, କିପରି ସଠିକ୍ ନ୍ୟାୟ ଓ ନିର୍ଯ୍ୟାତନା କରୁଥିବା ଦୋଷୀକୁ ଯଥାଶୀଘ୍ର ଦଣ୍ଡ ମିଳିପାରିବ ସେ ସମ୍ପର୍କରେ ଅତିଥି ମାନେ ପୁଙ୍ଖାନୁପୁଙ୍ଖ ଭାବରେ ମତପ୍ରକାଶ କରିଥିଲେ। ପରିଷଦର ଯୁବ ସଂଗଠକ ମିଲନ କୁମାର ପ୍ରଧାନ, ବିଳାସ ରାଉତ, ,ଶିବାନୀ ପଲେଇ ପ୍ରମୁଖ ସଂଚାଳନା କରିଥିଲେ। ଆଖପାଖ ଗ୍ରାମବାସୀ ଓ ପ୍ରତିନିଧିମାନେଏହି କାର୍ଯ୍ୟକ୍ରମକୁ ଭୂୟଂସୀ ପ୍ରଂଶସା କରିଛନ୍ତି ।
ବାଙ୍କୀ ଡମପଡ଼ା ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


