ସମ୍ବଲପୁର:ତା-୦୮/୦୩ (ବିଏମସି ଟିଭି ଓଡ଼ିଆ)
ଯୁଯୁମୁରା ବ୍ଲକର ଡ଼ଙ୍ଗରପଡା, ଘେନୁପାଲି ଓ ଟାମ୍ପରଗଡ଼ ପଞ୍ଚାୟତକୁ ନେଇ ଡ଼ଙ୍ଗରପଡା ପଞ୍ଚାୟତ ଭବନରେ ଆୟୋଜିତ ହୋଇଯାଇଛି ଆନ୍ତର୍ଜାତୀୟ ମହିଳା ଦିବସ। ଫାଉଣ୍ଡେସନ ଫର୍ ଇକୋଲୋଜିକାଲ ସିକ୍ୟୁରିଟି (ଏଫଇଏସ୍) ତରଫରୁ ଆୟୋଜିତ ସଭାରେ ଡ଼ଙ୍ଗରପଡା ସରପଞ୍ଚ ଅୟସକାନ୍ତ ବଡ଼ପଣ୍ଡା, ଘେନୁପାଲି ସରପଞ୍ଚ ଜଗତେଶ୍ୱର ମିର୍ଦ୍ଧା ଓ ନାରୀଶକ୍ତି ଇନ୍ଦିରା ବଡ଼ପଣ୍ଡା ଅତିଥିଭାବେ ଯୋଗଦେଇ ମହିଳା ସଶକ୍ତିକରଣ ଦିଗରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏଫଇଏସ୍ର ଜିଲ୍ଲା ତାଲିମଦାତା ଲୀନାରାଣୀ ସାହୁ ଏଥିରେ ଅଧ୍ୟକ୍ଷତା କରିବା ସହ ମହିଳା ବିକାଶ ନେଇ ନିଜର ଅଭିଭାଷଣ ରଖିଥିଲେ। ଏହି ଅବସରରେ ଜୈବିକ କୃଷି କ୍ଷେତ୍ରରେ ନିଜର ପରାକାଷ୍ଠା ଓ କାର୍ଯ୍ୟ ଦକ୍ଷତା ପାଇଁ ମଞ୍ଜୁଲତା ବାରିକ, ଇଞ୍ଜିଲିନା କୁଜୁର, ପ୍ରମିଳା ନାଏକ, ମନ୍ଦାକିନୀ ମିର୍ଦ୍ଧା, ଅଞ୍ଜନା ମାଝୀ ଓ କଲ୍ୟାଣୀ ନାଏକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠିତ ଉତ୍ସବରେ ସମସ୍ତ ପଞ୍ଚାୟତର ସିଆରପି, ଏମବିକେ, କୃଷିମିତ୍ର, ପ୍ରାଣୀମିତ୍ର, ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଓ ଜେଣ୍ଡର ସିଆରପି ପ୍ରମୁଖ ଯୋଗଦାନ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


