ବଲାଙ୍ଗୀର ; ତା-୦୬/୦୫ ( ବିଏମସି ଟିଭି ଓଡ଼ିଆ)
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେ ଥିବା ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମହୋତ୍ସବ ରେ ସାମ୍ବାଦିକଙ୍କୁ ସାମ୍ବାଦିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ତା.୩୦.୦୪.୨୬ ଗୁରୁବାର ଦିନ ରାତି ୧୧ ଟା ସମୟ ବେଳେ ସମସ୍ତ ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଖାଇବା ସ୍ଥାନରେ ଦର୍ଶନ ଖବରକାଗଜ ର ପାଟଣାଗଡ଼ ଉପଖଣ୍ଡ ପ୍ରତିନିଧି ସାମ୍ବାଦିକ ପୁର୍ଣ୍ଣ ଶଶୀ ଶେଖର ରାଓ ଖାଉଥିବା ସମୟରେ ଧରିତ୍ରୀ ଖବରକାଗଜ ର ଖପ୍ରାଖୋଲ ବ୍ଳକ ପ୍ରତିନିଧି ସାମ୍ବାଦିକ ଅଭୟ ତ୍ରୀପାଠୀ ପହଞ୍ଚିଥିଲେ। ଏବଂ ସେ କହିଥିଲେ କି କେତେ ଜଣ ସାମ୍ବାଦିକ ଖାଲି ପ୍ରଶାସନ ର ଦୁର୍ବଳତା ଏବଂ ପ୍ରଶାସନିକ ଅଧିକାରୀଙ୍କ ବିପକ୍ଷରେ ଖବର ପ୍ରକାଶ କରି ନିଜକୁ ଜନତା ସମ୍ମୁଖରେ ହିରୋ ଦେଖାଉଛନ୍ତି। ତା ପୂର୍ବଦିନ ଗନ୍ଧମାର୍ଦ୍ଦନ ପାହାଡ଼ ରେ ନିଆଁ ଲାଗିଥିବାରୁ କିଛି ସମାଜସେବୀ ଓ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ କମିଟି ର ସଦସ୍ୟ ମାନେ ପ୍ରତିବାଦ କରିଥିବା ବ୍ୟକ୍ତିମାନଙ୍କୁ ମଧ୍ୟ କଟୁକଥା କହିଥିଲେ କି ସେମାନେ ସବୁ ଫାଲତୁ ରାଜନୀତି କରୁଛନ୍ତି ସବୁ ବର୍ଷ ତ ନିଆଁ ଲାଗୁଛି ଏଥିରେ ସନ୍ଦେହ ନାହିଁ। ଏହି କଥାକୁ ପ୍ରତିବାଦ କରି ସାମ୍ବାଦିକ ପୁର୍ଣ୍ଣ ଶଶୀ ଶେଖର ରାଓ କହିଥିଲେ କି ବଡ଼ଭାଇ ସାମ୍ବାଦିକ ଙ୍କ କାମ ହେଉଛି ସତ୍ୟର ଉନ୍ମୋଚନ କରିବା ତାହା ପ୍ରଶାସନ ର ସପକ୍ଷରେ ହେଉ କିମ୍ବା ବିପକ୍ଷରେ ହେଉ। ତୁମେ ଖପ୍ରାଖୋଲ ବ୍ଳକ ସବୁ ବିଭାଗର ଅଧିକାରୀମାନଙ୍କ ସହିତ ଜଡିତ ଅଛ ଏବଂ ତୁମେ ଫାଇଦା ଉଠାଉଛ ସେଥିପାଇଁ ତୁମେ ଏ କଥା କହୁଛ। ଏଥିରେ ଉତ୍କ୍ଷିପ୍ତ ହୋଇ ଅଭୟ ତ୍ରୀପାଠୀ ପୁର୍ଣ୍ଣ ଶଶୀ ଶେଖର ରାଓ ଙ୍କୁ ସର୍ବସମ୍ମୁଖରେ ମରଣାନ୍ତକ ଆକ୍ରମଣ କରି ମାଡ଼ ମାରିଥିଲେ ଯାହାଫଳରେ ସାମ୍ବାଦିକ ପୁର୍ଣ୍ଣ ଶଶୀ ଶେଖର ରାଓ ଙ୍କ ଡାହାଣ ଆଖି ଓ କର୍ଣ୍ଣ ଆଘାତ ହୋଇଥିବା ବେଳେ ସେ ମେଡିକାଲ ଯାଇଥିଲେ। ଏବଂ ମୁଁ ଖପ୍ରାଖୋଲ ବ୍ଳକ ର ସର୍ବେସର୍ବା ଓ ଦେବୋତ୍ତର କମିଟି ର ସଦସ୍ୟ ମୋ ସହିତ ଶତୃତା କଲେ ଏ ଅଞ୍ଚଳରେ ପାଦ ମାଡ଼ି ମାରିବ ନାହିଁ ମୁଁ ଲୋକ ଲଗାଇ ତମକୁ ଉଡ଼ାଇ ଦେବି ବୋଲି ଧମକ ଦେଇଛନ୍ତି। ଖପ୍ରାଖୋଲ ଥାନା ରେ ଅଭିଯୋଗ କରାଯାଇଥିବା ବେଳେ ଅଭୟ ତ୍ରୀପାଠୀ ଙ୍କ ଦବ୍ଦବା ଥିବା ହେତୁ ମାମଲା ଗୁରୁତର ନ ହୋଇ ସାଧାରଣ ଦଫା ବି, ଏନ୍, ଏସ୍ ୧୨୬(୨),ବି , ଏନ୍ ୧୧୫(୨) ଲାଗିଥିବା ସୂଚନା ମିଳିଛି। ସର୍ବସମ୍ମୁଖରେ ଜଣେ ସାମ୍ବାଦିକ ଆଉ ଜଣେ ସାମ୍ବାଦିକଙ୍କୁ ଏପରି ଆକ୍ରମଣ କରିବା ଭଳି ଘଟଣା ଏକ ନିନ୍ଦନୀୟ ଏବଂ ଜଘନ୍ୟ ଅପରାଧ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଆକ୍ରମଣକାରୀ ସାମ୍ବାଦିକ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ବଲାଙ୍ଗୀର ଜିଲ୍ଲା ରୁ କୁବେର ନାଗ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।



