କୋରାପୁଟ ; ତା-୦୮/୦୫ ( ବିଏମସି ଟିଭି ଓଡ଼ିଆ )
ଆଜି କୋରାପୁଟ ଟାଉନ ଥାନା ପରିସରରେ ଜୁଣେଭା କାଯ୍ୟକ୍ରମ କୋରାପୁଟ ଏସ ପି ରୋହିତ ବର୍ମା ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ଗଠନ ଉପରେ ଏକ ଆଲୋଚନା କାଯ୍ୟକ୍ରମ ହେବା ସହ ଜିଲ୍ଲା ର ସମସ୍ତ ୨୫ଗୋଟି ଥାନା ରେ ଏହି କାଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିବାର ଜଣାପଡିଛି । ପିଲାମାନେ ବି ଭବିଷ୍ୟତ ରେ କଣ ହେବେ ସେ ଉପରେ ନିଜର ମତ ବ୍ୟକ୍ତ ଅତିଥି ଙ୍କ ନିକଟରେ ଉପସ୍ଥାପନା କରିଥିଲେ ଏପରିକି ପିଲାଙ୍କୁ ଥାନା ଆଉ ଥାନା ର କାଯ୍ୟ ଉପରେ ବିଭାଗୀୟ ଅଧିକାରୀ ମାନେ ଅବଗତ କରିଥିଲେ ଏପରିକି କିଛି ପିଲା ଭବିଷ୍ୟତ ରେ ପ୍ରଶାସନିକ ଅଧିକାରୀ ହେବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଏସ ପି ତାଙ୍କୁ ଦିଗଦର୍ଶନ ଦେଇଥିଲେ ।

ଆଜିର କାଯ୍ୟକ୍ରମ ରେ କୋରାପୁଟ ଏସ ଡିପିଓ ଟାଉନ ଓ ସଦର ଥାନା ଅଧିକାରୀ ସମେତ ପିଲାଙ୍କ ଅଭିଭାବକ ଉଭୟ ଥାନା ର କର୍ମଚାରୀ ଏ ଅବସରରେ ଉପସ୍ଥିତ ଥିଲେ । କୋରାପୁଟ ଟାଉନ ଥାନାରେ ଜୁଣେଭା କାଯ୍ୟକ୍ରମ ଅନୁଷ୍ଠିତ।
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ଯୁଜ୍ ଓଡ଼ିଶା ।


