ବାଙ୍କୀ: ତା -୧୦/୦୨(ବିଏମସି ଟିଭି ଓଡ଼ିଆ)
ବାଙ୍କୀ ଉପଖଣ୍ଡର ରାମଚନ୍ଦ୍ରପୁର, ଭେଡା, କୁରୁମଚଇନି ଆଦି ଗ୍ରାମରେ ବହୁ ଦିନରୁ କଣ୍ଟେଇମୁଣ୍ଡି ବାଇଗଣ ଚାଷ କରାଯାଉଛି । ଏବେ କିନ୍ତୁ ଏହି ବାଇଗଣ ଚାଷ ଆଶାତୀତ ଭାବେ କମି ଗଲାଣି । ଭେଡା ରାମଚନ୍ଦ୍ରପୁର ମୌଜାର ମହାନଦୀ ଓ ଚନ୍ଦ୍ରପା କୂଳରେ କଣ୍ଟେଇମୁଣ୍ଡି ବାଇଗଣ ବହୁ ପରିମାଣରେ ଚାଷ କରାଯାଉଥିଲା । ଏବେ ସରକାରୀ ସହାୟତା ଓ ବ୍ୟାଙ୍କ ଋଣ ନମିଳିବାରୁ ଚାଷୀମାନେ ଏହି ବାଇଗଣକୁ ଆଉ ଚାଷ କରୁ ନାହାନ୍ତି । ଏହି କଣ୍ଟେଇମୁଣ୍ଡି ବାଇଗଣରେ ଭିଟାମିନ୍ ପ୍ରଚୁର ପରିମାଣରେ ରହିଥିବା ସହ ଏହା ଅନ୍ୟ ବାଇଗଣ ଠାରୁ ସୁସ୍ୱାଦ ରହିଛି ବୋଲି କୌଶିକ ନାୟକ, ମନୋଜ କୁମାର ମହାପାତ୍ର , ଦିଲ୍ଲୀପ କୁମାର ସାହୁ , ସୁକୁଟା ପ୍ରଧାନ ପ୍ରମୁଖ ବହୁଚାଷୀ ପ୍ରକାଶ କରିଛନ୍ତି । ଏହି ବାଇଗଣର ଗଛ ଓ ପତ୍ର କଣ୍ଟକିତ ହୋଇଥିବାରୁ ଏହାକୁ କଣ୍ଟେଇମୁଣ୍ଡି ବା ଟୁପୁରୀ ବାଇଗଣ ନାମରେ ଚାଷୀମାନେ କୁହନ୍ତି । ବିଶେଷ କରି ନୟାଗଡ ଜିଲ୍ଲାର କଣ୍ଟେଇମୁଣ୍ଡି ବାଇଗଣକୁ ଜି.ଆଇ.ମାନ୍ୟତା ମିଳିଥିବା ବେଳେ ବାଙ୍କୀ ଅଞ୍ଚଳର ଏହି ବାଇଗଣକୁ ଜି.ଆଇ.ମାନ୍ୟତା ମିଳିନାହିଁ । ସରକାର ଏହି ଅଞ୍ଚଳର ବାଇଗଣକୁ ଜି.ଆଇ.ମାନ୍ୟତା ଦେବା ସହ କଣ୍ଟେଇମୁଣ୍ଡି ବାଇଗଣ ଚାଷକୁ ସରକାରୀ ସହାୟତା ଯୋଗାଇ ଦେଲେ ଅଧିକ ପରିମାଣରେ ଏହା ଚାଷ ହୋଇ ପାରିବ ବୋଲି ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି ।
ବାଙ୍କୀ ଡମପଡ଼ା ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


