ଢେଙ୍କାନାଳ ;ତା-୧୧/୦୬(ବିଏମସି ଟିଭି ଓଡ଼ିଆ)
ଆଜି ଅପରାହ୍ନ ୪ଘଟିକା ସମୟ ରେ କାଳବୈଶାଖୀ ର ତାଣ୍ଡବ।ବାହାଲୁଣ୍ଡା ରୁ ରାସୋଳ ମଧ୍ୟ ଦେଇ ଯାଇଥିବା ପୁରୁଣା କଟକ ସମ୍ବଲପୁର ରାସ୍ତା ରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ବେଳେ ରାସୋଳ ଅଗ୍ନିଶମ ବାହିନୀ ଦ୍ବାରା ରାସ୍ତା ରୁ ଗଛ କାଟି ରାସ୍ତାକୁ ପରିଷ୍କାର କରା ଯାଉଥିବା ବେଳେ,ଆଖ ପାଖ ଅଞ୍ଚଳରୁ ଲୋକ ମାନେ କାଠ ସଂଗ୍ରହ କରି ଅଟୋ ରେ ବୋହି ନେଉଥିବାର ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ଗ୍ୟାସ ସଂକଟ ଚାଲିଥିବା ବେଳେ ଗଛ ଭାଙ୍ଗି ପଡିଥିବାରୁ ଜାଳେଣି କାଠ ସଂଗ୍ରହ ଗରିବ ଲୋକ ମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି।ତେବେ ଖବର ଲେଖା ହେଵା ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ ପରିଷ୍କାର ହୋଇ ନଥିବା ବେଳେ ବାହାଲୁଣ୍ଡା ଛକରୁ ନୂଆପାଟଣା ରାସ୍ତା ରେ କେନାଲ ରାସ୍ତାରେ ଓ ଦେଉଳ ସାହି କେନାଲ ରାସ୍ତାରେ ଯାନବାହାନ ଚଳପ୍ରଚଳ କରୁଥିବାର ଦେଖିବାକୁ ମିଳିଥିଲା। ଗାଁ ଭିତରେ ସେମିତି କିଛି ବ୍ୟାପକ କ୍ଷୟକ୍ଷତି ହୋଇନାହିଁ।
ଢେଙ୍କାନାଳ ରୁ ବିଭୁପ୍ରସାଦ ଶତପତି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


