ବୋଲଗଡ; ତା-୩୦/୦୪ (ବିଏମସି ଟିଭି ଓଡ଼ିଆ)
ବୋଲଗଡ ବ୍ଲକ ପିଚୁକୁଳି ଠାରେ ଆୟୋଜିତ ନୀଳକଣ୍ଠେଶ୍ଵର ଲୋକୋତ୍ସବ-୨୦୨୬ର ତୃତୀୟ ସନ୍ଧ୍ୟାରେ ସ୍ଥାନୀୟ ଲୋକକଳା ଦର୍ଶକଙ୍କୁ ବିମୋହିତ କରିଥିଲା । ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ କଂଗ୍ରେସର ବରିଷ୍ଠ ନେତା ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ଯୋଗଦେଇ ପିଚୁକୁଳି ଲୋକୋତ୍ସବ ଭାଇଚାରା ସୁଦୃଢ କରିବାର ପ୍ରକୃଷ୍ଟ ମଞ୍ଚ ବୋଲି ପ୍ରକାଶ କରିଥିଲେ । ପିଚୁକୁଳି ବଣିକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବ ରେ ସଭାପତି ପବିତ୍ର ମୋହନ ମାଝୀ ଅଧକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ରଘୁନାଥ ସାହୁ ସମାଜସେବୀ ସୁଶାନ୍ତ ତ୍ରିପାଠୀ ଓ ପ୍ରକାଶ ରଥ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ କୃତି ଛାତ୍ରୀ ଗାୟତ୍ରୀ ମାର୍ଥା, ଶିକ୍ଷାବିତ ବିଜୟ ସାହୁ , ସମାଜସେବୀ ଅନୁପମା ବଳିୟାରସିଂ , କବୟିତ୍ରୀ ସୁମତି ଦେଇ , ବନବିହାରୀ ପଟ୍ଟନାୟକ, ପ୍ରଦୀପ୍ତ ପାଲଟାସିଂ , ଚିତ୍ରଶିଳ୍ପୀ ପ୍ରକାଶ ନାୟକ, ଧନେଶ୍ୱର ସାହୁ , ମଙ୍ଗୁଳି ଚରଣ ଶତୃଶଲ୍ୟ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟି ସମ୍ପାଦକ ଚିତ୍ତରଞ୍ଜନ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ବିଳମ୍ବିତ ରାତ୍ରିଯାଏ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା।
ବିଏମସି ନ୍ଯୁଜ୍ ଓଡ଼ିଶା ।


