ବଲାଙ୍ଗୀର ;ତା-୧୧/୦୯(ବିଏମସି ଟିଭି ଓଡ଼ିଆ)
ମାଆ ଦ୍ୱାରସୁନି ମନ୍ଦିରରୁ ଚୋରି ହୋଇଥିବା ରୁପା ଖଚିତ ତିନିଟି ଅରିଜିନାଲ ମୁକୁଟ ସମେତ ଅନ୍ୟାନ୍ୟ ଅଳଙ୍କାର ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରିନଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଗଭୀର ଉଦ୍ବେଗ ପ୍ରକାଶ କରିଛି। ମନ୍ଦିର ରୁ ଚୋରି ହୋଇଥିବା ମାଁ ଙ୍କ ମୁକୁଟ ଫେରିବା ଦରକାର l କିଛି ଲୋକ ମା ଦ୍ୱାରସୁନୀ ମନ୍ଦିର ଚୋରି କୁ ଖାମଖିଆଲି ଭାବରେ ନେଉଛନ୍ତି l ଶସ୍ତା ରାଜନୀତି କରି ଲୋକଙ୍କୁ ଭୁଆଁବୁଲାଉ ଛନ୍ତି l ଏପରି କି ଦ୍ବିଗୁଣା ସୁନା ନିଅ ଘଟଣା କୁ ଚପାଇ ଦିଅ ବୋଲି କିଛି ଲୋକ ଚକ୍ରାନ୍ତ କରିଥିଲେ, ମାଁ ଙ୍କ ଦରବାର ରେ ମିଛ କାମ ଦେଲା ନାହିଁ l ଗତ ସୋମବାର ଦିନ ରେ ମା ତାଙ୍କର ସେବାୟତ ମାନଙ୍କୁ ଏହି ବିଷୟରେ ଜଣାଇ ଦେଇଛନ୍ତି ଅନ୍ୟ ଲୋକ ବ୍ୟବହାର କରିଥିବା ସୁନା ରୁପା ମାଆ ଙ୍କ ଦେହରେ ଲାଗିବ ନାହିଁ l ଚୋର ମାନଙ୍କ ଠାରୁ ଅଧିକ ସୁନା ମିଳିଛି ସତ କିନ୍ତୁ ମନ୍ଦିର ର ସୁନା ନୁହେଁ l ମାଆ ଙ୍କ ମୁକୁଟ ନୁହେଁ ତେଣୁ ମା ଦ୍ୱାରସୁନୀ ଙ୍କ ବ୍ୟବହୃତ ଅଳଙ୍କାର ହିଁ ତୁରନ୍ତ ଉଦ୍ଧାର କରି ମନ୍ଦିରକୁ ଫେରାଇ ଆଣିବା ପାଇଁ ସଂଘ ପକ୍ଷରୁ ପୁଲିସ ପ୍ରଶାସନ ନିକଟରେ ଦୃଢ଼ ଦାବି କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ମା ଦ୍ୱାରସୁନି ମନ୍ଦିର ଆଦିବାସୀ ସମାଜର ଆସ୍ଥା, ପରମ୍ପରା ଓ ସାଂସ୍କୃତିକ ପରିଚୟ ସହିତ ଗଭୀର ଭାବେ ଜଡ଼ିତ। ମନ୍ଦିରର ଦେବୀଙ୍କ ଅଳଙ୍କାର ଚୋରି ହେବା କେବଳ ସମ୍ପତ୍ତି ଚୋରିର ଘଟଣା ନୁହେଁ, ଏହା ଭକ୍ତମାନଙ୍କ ଧାର୍ମିକ ଭାବନା ଓ ସମାଜର ସାମୂହିକ ଆସ୍ଥାକୁ ମଧ୍ୟ ଆଘାତ ପହଞ୍ଚାଇଛି। ବିଶେଷକରି ସୁନା ଓ ରୁପା ଖଚିତ ତିନିଟି ମୁକୁଟ ଏପର୍ଯ୍ୟନ୍ତ ମିଳିନଥିବାରୁ ଭକ୍ତ ଓ ଆଦିବାସୀ ସମାଜ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦାବି କରିଛି ଯେ, ପୁଲିସ ଏହି ଘଟଣାର ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରି ଚୋରି ହୋଇଥିବା ଅଳଙ୍କାରଗୁଡ଼ିକର ସନ୍ଧାନ କରୁ। ଆବଶ୍ୟକ ହେଲେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ଚୋରି ସାମଗ୍ରୀ ଉଦ୍ଧାର ପାଇଁ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉ। ଏଥିସହ ତଦନ୍ତର ଅଗ୍ରଗତି ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ଓ ସମ୍ପୃକ୍ତ ଭକ୍ତମାନଙ୍କୁ ଅବଗତ କରାଯାଉ।ସଂଘ ଆହୁରି ଦାବି କରିଛି ଯେ, ଚୋରି ହୋଇଥିବା ସୁନା ଓ ରୁପା ଖଚିତ ତିନିଟି ମୁକୁଟ ସମେତ ସମସ୍ତ ଅଳଙ୍କାର ଉଦ୍ଧାର କରି ଯଥାଶୀଘ୍ର ମନ୍ଦିର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଉ। ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଉ।ଦ୍ୱାରସୁନି ମନ୍ଦିରର ଚୋରି ହୋଇଥିବା ତିନିଟି ସୁନା ଓ ରୁପା ଖଚିତ ମୁକୁଟ ସମେତ ସମସ୍ତ ଅଳଙ୍କାର ଉଦ୍ଧାର ନହେବା ପର୍ଯ୍ୟନ୍ତ ଭକ୍ତ ଶାନ୍ତି ହେବେ ନାହିଁ lପୁଲିସ ପ୍ରଶାସନ ଏହାକୁ ପ୍ରାଥମିକତା ଦେଇ ତୁରନ୍ତ ଚୋରି ସାମଗ୍ରୀ ଉଦ୍ଧାର କରୁ ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନରଞ୍ଜନ ଭୋଇ,ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ସଂଗଠନ ସମ୍ପାଦକ ଥବିର ପୁଝାରୀ, ନଗର ସଭାପତି ନିତ୍ୟାନନ୍ଦ ମାଝି, ସିନ୍ଧେକେଲା ସଭାପତି ଲୟକର ଛତ୍ରିଆ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ରେ ଦାବୀ କରିଥିଲେ l
ବଲାଙ୍ଗୀର ରୁ ସନ୍ତୋଷ କୁମାର ନାୟକ ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


