ସମ୍ବଲପୁର ; ତା.୨୬/୧୧ (ବିଏମସି ଟିଭି ଓଡିଆ)
ଯୁଯୁମୁରା ବ୍ଲକ୍ ଅନ୍ତର୍ଗତ ପଡ଼ିଆବାହାଲ ମହାଲକ୍ଷ୍ମୀ ବ୍ୟବସାୟୀ ସଂଘ ପୁନଃ ସକ୍ରିୟ ହୋଇ ଏହାର ପରିଚାଳନା ପାଇଁ ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଛି। ବେଣୁଧର ତ୍ରିପାଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରାଯାଇ ପଡିଆବାହଲର ବିକାଶ, ସାମାଜିକ ସେବା ଓ ଶୃଙ୍ଖଳିତ ପଡିଆବାହାଲ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାର ପରିଚାଳନା ପାଇଁ ସର୍ବସମ୍ମତି କ୍ରମେ ବେଣୁଧର ତ୍ରିପାଠୀ ସଭାପତି, ଆନନ୍ଦ କୁମାର ପଣ୍ଡା (ପିଣ୍ଟୁ) ଉପସଭାପତି, ନନ୍ଦୀକିଶୋର ସାହୁ ସାଧାରଣ ସମ୍ପାଦକ, ଅମୂଲ୍ୟ ପୂଜାରୀ ସହ ସମ୍ପାଦକ ଓ ସମ୍ବିତ କୁମାର ବେହେରା କୋଷାଧ୍ୟକ୍ଷ ମନୋନୀତ ହୋଇଛନ୍ତି। ଏହି ଅବସରରେ ହରିହର ନାୟକ, ଝସକେତନ ନାୟକ, ବରୁଣ କୁମାର ସାହୁ, ସୁବୋଧ କୁମାର ନାୟକ, ରାଧାମୋହନ ଷଡ଼ଙ୍ଗୀ, ମନୋଜ କୁମାର ନାୟକ, ଦେବାନନ୍ଦ ଭୁସାଗର, ଶକ୍ତି ପ୍ରସନ୍ନ ବଡ଼ପଣ୍ଡା, ରୋହିତ ମେହେର, ନରେନ୍ଦ୍ର ବାରିକ, ଲୋକନାଥ ପଣ୍ଡା, ଦୀପକ ବାରିକ, କିଶୋର ବେହେରା, ପ୍ରଦୀପ ମେହେର (କୁନୁ), ତାପସ ରଞ୍ଜନ ମହାପାତ୍ର (ବାଦଲ), ମଳୟ କୁମାର ନାୟକ ଓ ପ୍ରଦୀପ ମେହେରଙ୍କ ସମେତ ୧୭ ଜଣଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି।

ସମ୍ବଲପୁର ରୁ ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


