ବୋଲଗଡ଼: ତା – ୦୯/୦୨(ବିଏମସି ଟିଭି ଓଡ଼ିଆ)
ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବାଙ୍କୋଇସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ତାରେଶ୍ୱର ଦେବଙ୍କ ପୀଠରେ ମହାଶିବରାତ୍ରି ପାଳନ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ତାରେଶ୍ବର ଦେବଙ୍କର ପୀଠରେ ଥିବା କଲ୍ୟାଣୀ ମଣ୍ଡପ ସମ୍ମୁଖରେ ଏହି ପ୍ରସ୍ତୁତି ବୈଠକ ଟ୍ରଷ୍ଟି ଅଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଚଳିତ ମାସ ୧୫ ତାରିଖରେ ମହାଶିବରାତ୍ରି ଥିବାରୁ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।ଖୋର୍ଦ୍ଧା ଜିଲ୍ଲାର ଏହି ପ୍ରମୁଖ ଶୈବପୀଠରେ ଶିବରାତ୍ରୀରେ ମହାଦୀପ ଦର୍ଶନ ପାଇଁ ପ୍ରତିବର୍ଷ ବହୁ ସଂଖ୍ୟାରେ ଶୈବ ଭକ୍ତଙ୍କ ସମାଗମ ହୋଇଥାଏ। ପ୍ରତିବର୍ଷ ସ୍ଥାନୀୟ ତଥା ଜିଲ୍ଲା ବାହାରୁ ଆସୁଥିବା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସାମଗମକୁ ଦୃଷ୍ଟିରେ ରଖୁ ପବିତ୍ର ଜାଗର ଯାତ୍ରା ପାଇଁ ମନ୍ଦିର ପରିସ୍କାର ପରିଚ୍ଛନତା, ଆଲୋକୀକରଣ, ପାନୀୟ ଜଳ ଯୋଗାଣ, ଶାନ୍ତି ଶୃଙ୍ଖଳା ଓ ସାଇକେଲ ଷ୍ଟାଣ୍ଡ ପାଇଁ ବିଶେଷ ଆଲୋଚନା ହୋଇଛି। ଶିବରାତ୍ରୀ ନୀତି କାନ୍ତିର ଶୃଙ୍ଖଳା ଓ ଭକ୍ତଙ୍କ ସମାଗମର ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାକୁ ବିଶେଷ ଭାବରେ ଧାନ ଦିଆଯିବା ପାଇଁ ସ୍ଥାନୀୟ ତହସିଲ ଓ ପୋଲିସ ପ୍ରଶାସନ ସମେତ ଅଗ୍ନିଶମ କେନ୍ଦ୍ର, ବିଦ୍ୟୁତ ବିଭାଗର ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ଓ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସହଯୋଗ ପାଇଁ ଅନୁରୋଧ କରାଯିବାକୁ ଆଲୋଚନା ହୋଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ବ୍ରାହ୍ମ ମୁହୂର୍ଭରୁ ମନ୍ଦିରରେ ଠାକୁରଙ୍କ ନୀତି ନିର୍ଘଣ୍ଟ ଅନୁସାରେ ସର୍ବସାଧାରଣ ଦର୍ଶନ ହେବ। ରାତ୍ରୀ ସାଢେ ୧୦ଟାଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ମହାଶିବରାତ୍ରିର ବିଶେଷ ନୀତି ଆରମ୍ଭ ମନ୍ଦିର ସୌଧ କାର୍ଯ୍ୟ ପରେ ରାତ୍ରୀ ୧ଟାରେ ସମସ୍ତ ନିତିକାନ୍ତି ପରେ ମନ୍ଦିର ଉପରକୁ ମହାଦୀପ ଉଠିବାର ସମୟ ଧାର୍ଯ୍ୟ କରାଯାଇଛି। ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ରାଉତରାୟ ରଞ୍ଜନ କୁମାର ଲେଙ୍କା, ପୂର୍ବତନ ସରପଞ୍ଚ ମାଧବ ଚନ୍ଦ୍ର ବିଶ୍ଵାଳ, ପୂର୍ବତନ ସରପଞ୍ଚ ଜୟକୃଷ୍ଣ ଫତେସିଂହ, ପ୍ରାଣ କୃଷ୍ଣ ଲେଙ୍କା, ସୁଦର୍ଶନ ସୁନ୍ଦରାୟ, ମନୋଜ କୁମାର ପାତ୍ର ପ୍ରମୁଖଙ୍କ ସମେତ ପ୍ରଭୁ ଶ୍ରୀ ତାରେଶ୍ୱର ଦେବ ଓ ମା’ତାରିଣୀ ମନ୍ଦିରର ସେବାସୀ ମଧ୍ଯରେ ପୁରାଣପଣ୍ଡା ମନୋରଞ୍ଜନ ମିଶ୍ର, ମହାପାତ୍ର ସେବାସୀ ମାନଙ୍କ ମଧ୍ୟରେ ଦୟାନିଧି ମହାପାତ୍ର, ମୀନକେତନ ସୁବୁଦ୍ଧି, ବ୍ରଜ ବନ୍ଧୁ ମହାପାତ୍ର, ଲକ୍ଷ୍ମୀଧର ମହାପାତ୍ର, ଭାସ୍କର ମହାପାତ୍ର, ନବକିଶୋର ରଣା, ବିଜୟ ମହାପାତ୍ର, ବୌଧାନ୍ୟ ମହାପାତ୍ର, ସୁବଳ ମହାପାତ୍ର, ପ୍ରଦୀପ ମହାପାତ୍ରଙ୍କ ଅନ୍ୟମାନେ ଉପସ୍ଥିତ
ସମେତ ଥିଲେ।
ବୋଲଗଡ ରୁ ରୁଦ୍ର ମାଧବ ସାହୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


