ଭୁବନେଶ୍ଵର: ତା- ୦୯/୦୨(ବିଏମସି ଟିଭି ଓଡ଼ିଆ)
ଶିଶୁ ଭବନ ଓଭରବ୍ରିଜରୁ ତଳକୁ ଖସିପଡିଲା କାର। ତଳକୁ ଖସିବା ପରେ କାରଟି ଏକ ଗଛରେ ପିଟି ହୋଇଯାଇଥିଲା। ଏହାପରେ ଗଛରେ ପଡ଼ି ଏକ ଘର ଉପରକୁ ଖସି ପଡିଥିଲା । ଫଳରେ ତଳେ ଥିବା ଘର ଗୁଡିକ ଭାଙ୍ଗିଯାଇଛି। ଘରେ ଥିବା ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। କାରଟି ପ୍ରାୟ ୧୦ ଫୁଟ୍ ତଳକୁ ଖସିପଡିଛି। ଦୁର୍ଘଟଣାରୁ କାର୍ ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଡ୍ରାଇଭର ଜଣକ ନିଶାଶକ୍ତ ଅବସ୍ଥାରେ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ କ୍ୟାପିଟାଲ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ କାବୁ କରିଛି।
ଭୁବନେଶ୍ୱର ରୁ ମନୋଜ ବେହେରାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


