ବୋଲଗଡ ; ତା-୦୨/୦୫ (ବିଏମସି ଟିଭି ଓଡ଼ିଆ )
ଶନିବାର ରାଜ୍ୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି କ୍ରମରେ ବୋଲଗଡ ପିଏମ ଶ୍ରୀ ବାମନ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସିପ୍ରାରାଣୀ ଦ୍ୱାରି ୫୫୯ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି । ବୋଲଗଡର ସୁରେଶ ଦ୍ୱାରି ଓ ମା ପୂଜାରାଣୀ ଦ୍ୱାରିଜଣାଇଛନ୍ତି। ସିପ୍ରାଙ୍କ ଏହି ସଫଳତା ପାଇଁ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ସିପ୍ରାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଫଳତା ପାଇଁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବାପା ମାଆଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।

ସେହିପରି ୨ୟ ଟପ୍ପର ହେଲେ ପ୍ରଜ୍ଞା ପାରମିତା ପ୍ରଧାନ । ପ୍ରଜ୍ଞା ୫୫୪ନମ୍ବର ହାସଲ କରିଛନ୍ତି । ବୋଲଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ପ୍ରଜ୍ଞା। କପାସିଆ ଗ୍ରାମର ପ୍ରଦୀପ କୁମାର ଗୁମାନସିଂ ଙ୍କ କନ୍ୟା। ତାଙ୍କୁ ମଧ୍ୟ ବୋଲଗଡ ବିଇଓ ଶ୍ରୀ ସ୍ୱାଇଁ ଶୁଭେଚ୍ଛା ଜଣାଇଛନ୍ତି।
ବିଏମସି ନ୍ଯୁଜ୍ ଓଡ଼ିଶା ।



