ରାୟଗଡା: ତା -୧୩/୦୨(ବିଏମସି ଟିଭି ଓଡ଼ିଆ)
ରାୟଗଡ଼ା ଜିଲ୍ଲାର ୬ ଜଣ ଦିବ୍ୟାଙ୍ଗ ଖେଳାଳି ମାନେ ଭୁବନେଶ୍ଵର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି । ଲଙ୍ଗ ଜମ୍ପ/ହାଇ ଜମ୍ପରେ ବିକାଶ ମହାନନ୍ଦିଆଙ୍କୁ ସିଲଭର ମେଡାଲ, ଡିସକେସ୍ ଥ୍ରୋରେ ବିକାଶ ମାଝୀଙ୍କୁ ଗୋଲ୍ଡ ମେଡାଲ, ୧୦୦ ମିଟର ଏବଂ ୪୦୦ ମିଟର ଦୌଡ଼ରେ ବିପିନ୍ ମାଝୀ ଗୋଲ୍ଡ ମେଡ଼ାଲ୍, ୧୦୦ ମିଟର ଦୌଡ଼ ସିଲଭର୍ ଏବଂ ସୋଟପୁଟରେ ବ୍ରୋଞ୍ଚ ମେଡାଲ ମିଳିଛି ଯଶୋଦା ଖୋସଲାଙ୍କୁ ଏବଂ ସୋଟପୁଟରେ ରେଙ୍ଗା ପୁଆଲାଙ୍କୁ ସିଲଭର ମେଡାଲ ଜିତି ପାଇ ଓଡ଼ିଶା ବିକଳାଙ୍ଗ ମଞ୍ଚ (ରାୟଗଡ଼ା ଶାଖା ଏବଂ ଜିଲ୍ଲା ପାରା ସ୍ପୋର୍ଟସ ଆସୋସିଏସନ୍, ରାୟଗଡ଼ାକୁ ଗର୍ବିତ କରିଛନ୍ତି ୫ ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନେ । ଏତଦ୍ ବ୍ୟତୀତ, ରୋହିତ ନାଏକ ଓ ରହିତ ନାୟକ ମଧ୍ୟ ଅନ୍ୟ କ୍ରୀଡ଼ାରେ ଚୟନ ହୋଇ ପ୍ରତିଯୋଗିତା ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ସୂଚନା ଯୋଗ୍ୟ ଯେ, ରାୟଗଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଶ୍ରୀ ବାଦଲ କୁମାର ତା ସାର ଖେଳାଳି ମାନଙ୍କୁ ଭୁବନେଶ୍ୱର ଯିବା ପାଇଁ ଟ୍ରେନ୍ ଟିକେଟ, ସ୍ପୋର୍ଟସ ଜର୍ସି ଓ ଖାଦ୍ୟ ବ୍ୟବସ୍ଥା ଯୋଗାଇଥିଲେ । ଦିବ୍ୟାଙ୍ଗ ମିତ୍ର ତଥା ପାରା ସ୍ପୋର୍ଟସ ଆସୋସିଏସନ୍, ରାୟଗଡ଼ାର ଉପ ସଭାପତି ଶ୍ରୀ ବିଜୟ କୁମାର ମେଲାକା ଏବଂ ସଦସ୍ୟ ରଘୁନାଥ ପାତ୍ର ଖେଳାଳି ମାନଙ୍କୁ ରାୟଗଡ଼ା ରେଳ ଷ୍ଟେସନ ଠାରୁ ଭୁବନେଶ୍ଵର ଗସ୍ତ ପାଇଁ ସହଯୋଗ କରିଥିଲେ । ରାଜ୍ୟ କ୍ରିଡ଼ା ବିଭାଗ ଉପ-ସଚିବ ଅମିତ୍ କୁମାର୍ ନାୟକ ମୁଖ୍ୟ ଅତିଥି ଭାବେ, ରୋଟାରୀ ସଭାପତି ମନୋଜ କୁମାର୍ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ, ପାରା ସ୍ପୋର୍ଟ୍ସ ଆସୋସିଏଶନର ସଭାପତି କମଳାକାନ୍ତ ରଥ, ସମ୍ପାଦକ ସୁନିଲ ପ୍ରଧାନ ଏବଂ ଓଡ଼ିଶା ବିକଳାଙ୍ଗ ମଞ୍ଚ। ଶାଖା-ରାୟଗଡ଼ାର ସଂପାଦକ ତଥା ପାରା ସ୍ପୋର୍ଟସ ଆସୋସିଏସନ୍, ରାୟଗଡ଼ାର ସଭାପତି ଶ୍ରୀ ଜଳନ୍ଧର ବାଚେଲି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଖବର ପ୍ରସାରିତ ହେବା ପରେ, ରାୟଗଡ଼ା ଜିଲ୍ଲାର ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ବିଏମସି ନ୍ୟୁଜ ଓଡ଼ିଶା।


