ବ୍ରହ୍ମପୁର: ତା -୨୫/୦୧(ବିଏମସି ଟିଭି ଓଡ଼ିଆ)
ସ୍ଥାନୀୟ ପୁରୁଣା ବାଣ ମାର୍କେଟ ପରିସରରେ ଗଞ୍ଜାମ ମିନି ପିକଅପ ଓନର ଆସୋସିଏସନ ର ପ୍ରଥମ ବାର୍ଷିକ ଉତ୍ସବ ଅବସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଉଯାଇଛି। ମାନ୍ୟବର ବିଧାୟକ କେ ଅନିଲ କୁମାର ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ।ଏହି ଅବସରରେ ସମ୍ମାନୀତ ଅତିଥିଭାବେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ମନ୍ତ୍ରୀ ଙ୍କ ପ୍ରତିନିଧି ରଙ୍ଗେଈଲୁଣ୍ଡା ବ୍ଲକ ର ବ୍ରଜ ମୋହନ ନାହାକ, ଆଙ୍କୁଲି ୩୯ନଂ ୱାର୍ଡ ର କର୍ପୋରେଟର ଶିବଶଙ୍କର ନାୟକ ପ୍ରମୁଖ ଯୋଗଦେଇ ଏହି ମହାନ କାର୍ଯ୍ୟ ପାଇଁ ଆସୋସି ଏସନ କୁ ଭୁୟସୀ ପ୍ରଶଂସା କରିବା ସହ ଏହି ପରି କାର୍ଯ୍ୟ ଜାରି ରଖିବା କୁ ଉତ୍ସ। ହିତ କରିଥିଲେ।ସଙ୍ଘର ସଭାପତି ତ୍ରିପତି ମାଦଳା ଙ୍କ ତତ୍ତ୍ୱଧାନରେ କାର୍ଯ୍ୟକ୍ରମ ସଂଚାଳିତ ହୋଇଥିବା ବେଳେ ଉପସଭାପତି ଜିତେନ୍ଦ୍ର ରଣା, ସମ୍ପାଦକ ଭବାନୀ ଶଙ୍କର ପଣ୍ଡା, ଯୁଗ୍ମ ସମ୍ପାଦକ ଦୀପକ ସାହୁ, କୋଷାଦ୍ଧକ୍ଷ ଅଭିଷେକ ପଣ୍ଡା, ସହ କୋଷାଦ୍ଧକ୍ଷ ବିଶ୍ୱଜିତ ଦାସ, ସାଧାରଣ ସମ୍ପାଦଜ ସ୍ମୃତିରଞ୍ଜନ ଜେନା, ଜେ ସିମାଞ୍ଚଳ, ଆକାଶ ଶତପଥୀ, ସଞ୍ଜୟ ସାହୁ, ନିରଞ୍ଜନ ପଣ୍ଡା, ପ୍ରଦୀପ କୁମାର ସାହୁ ଓ ଦୀପକ କୁମାର ରାଜ ପ୍ରମୁଖ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଉତ୍ସବ ରେ ଆସୋସିଏସନ ର ପ୍ରାୟ ୧୫୦ସଭ୍ୟ ଉପସ୍ଥିତ ରହି ନିଜ ନିଜ ର ସମଷ୍ୟା ଉପସ୍ଥାପନା କରିଥିଲେ। ଆଗାମୀ ଦିନରେ ସଂଘ କିପରି ଅଧିକ ସଂଘଠିତ ହୋଇପାରିବ ଆଲୋଚନା କରାଯାଇଥିଲା। ରକ୍ତଦାନ ଶିବିରରେ ୫୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ନେଇ ମେଡିକାଲ କର୍ମଚାରୀ ମାନେ କହିଥିଲେ। ଶେଷରେ ସମ୍ପାଦକ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ଉପସ୍ଥିତ ସଭ୍ୟ ଏବଂ ରକ୍ତଦାତା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ରହ୍ମପୁର ରୁ କାଳି ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


