ସମ୍ବଲପୁର/କୁଚିଣ୍ଡା:ତା. ୧୮/୧୨ (ବିଏମସିଟିଭି ଓଡିଆ)
କେନ୍ଦ୍ର ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ପରିଚାଳିତ ‘ମେରା ୟୁବା ,ମେରା ଭାରତ’ ,ସମ୍ବଲପୁର ପକ୍ଷରୁ କୁଡ଼ାପଡ଼ା ଗ୍ରାମ ପଞ୍ଚାୟତର ସେଭେନ୍ ଷ୍ଟାର କ୍ଳବ୍ ସହାୟତାରେ ପୁରୁଣାପାଣି ସ୍ଥିତ ଧକ୍ଧକି ଖେଳ ପଡିଆରେ ଦ୍ବିଦିବସୀୟ ବ୍ଲକ ସ୍ତରୀୟ ଖେଳ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ଏହି ମହୋତ୍ସବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା କ୍ରୀଡ଼ାବୀତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ସେ ତାଙ୍କ ଭାଷଣରେ ଈଶ୍ୱର ପ୍ରାପ୍ତି ପାଇଁ ଖେଳ ପଡିଆକୁ ଆସିବାକୁ ହେବ ବୋଲି ଯୁବ ମାନସର ପ୍ରତୀକ ସ୍ବାମୀ ବିବେକାନନ୍ଦଙ୍କୁ ସ୍ମରଣ କରି କହିଥିଲେ। ଅନୁଷ୍ଠାନର ସଭାପତି ତଥା ୱାର୍ଡ ସଭ୍ୟ ସରୋଜ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ବୀଣାପାଣି କ୍ଳବର ସଭାପତି ଧନେଶ୍ଵର କିଶାନ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ବିଭିନ୍ନ ପ୍ରତିଯୋଗିତା ଭିତରେ ଦୌଡ଼ରେ ରଶ୍ମି ଧନ ପ୍ରଥମ, , ମିଣ୍ଟୁ ପ୍ରଧାନ ଦ୍ବିତୀୟ ଓ ଶିଶିର କିଶାନ ତୃତୀୟ ସ୍ଥାନ ହାସଲ କରି ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ ।

ରଶି ଟଣା ପ୍ରତିଯୋଗିତାରେ ସାତକମା ଭି.ଏସ.ଏସ. କ୍ଳବ୍ ବିଜେତା ହୋଇ ପୁରସ୍କୃତ ହୋଇଥିବା ବେଳେ ସାଇକେଲ ସ୍ଲୋ ପ୍ରତିଯୋଗିତାରେ ଗବର ଡୁଙ୍ଗ୍ଡୁଙ୍ଗ୍ ପ୍ରଥମ, ସୁଜିତ୍ ଭଇଂସା ଦ୍ବିତୀୟ, ବିରେନ୍ଦ୍ର ମାଝୀ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଫୁଟବଲ ଖେଳ ପ୍ରତି ଯୋଗିତାରେ ବିଜେତା ସତକମା ଟିମ୍କୁ ସିଲ୍ଡ୍ ଓ ଉପ ବିଜେତା ଦଳ ହାଡ଼ିପାଲି କ୍ଳବ୍ ଟିମ୍କୁ କପ୍ ପ୍ରଦାନ କରି ମୁଖ୍ୟ ଅତିଥି ଶ୍ରୀ ନାୟକ ପୁରସ୍କୃତ କରିଥିଲେ। ଶେଷରେ ବୀଣାପାଣି କ୍ଳବ୍ର ସମ୍ପାଦକ ନିରଞ୍ଜନ କିଶାନ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


