ବୋଲଗଡ: ତା – ୧୭/୦୩ (ବିଏମସି ଟିଭି ଓଡ଼ିଆ)
ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଠାରେ ସେନ୍ କୋ ଗୋଲ୍ଡ ପରିସରରେ ସ୍ଵେଚ୍ଛାସେବୀ ସଂଗଠନ କଳିଙ୍ଗ ସ୍ପୋଟିଙ୍ଗ କ୍ଳବ୍ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସାଧାରଣ ସମ୍ପାଦିକା ସୁବ୍ରତା ବନ୍ଧୋପାଧ୍ୟାୟଙ୍କ ତତ୍ତ୍ଵାବଧାନରେ ହୋଇଥିବାବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ରୁଦ୍ରନାରାୟଣ ସାମନ୍ତରାୟ, ସମ୍ମାନିତ ଅତିଥି ଭାବେ ସମାଜସେବିକା ତଥା ଆଇନଯିବି ମନୋସ୍ମିତା ଜେନା,ଶ୍ରୀମତୀ ରଶ୍ମିମୟୀ ପଟ୍ଟନାୟକ, ନିବେଦିତା ଲେଙ୍କା, ଓ (କେ ଏସ ସି) ସଭାପତି ନମ୍ରଦା ଶତପଥୀ ପ୍ରମୁଖ ଯୋଗ ଦେଇଥିବା ବେଳେ ସମସ୍ତ ଜିଲ୍ଲାରୁ ୭୦ ରୁ ଉର୍ଦ୍ଧ ସମାଜସେବୀ ମହିଳା ଯୋଗ ଦେଇଥିଲେ। ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଅତିଥି ମାନେ ନିଜ ବକ୍ତବ୍ୟରେ ମହିଳାଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଓ ଶିକ୍ଷଣୀୟ ଉପରେ ଆଲୋକପାତ କରିଥିଲେ। ଏହି ମହିଳା ଦିବସରେ କେ ଏସ ସି ପକ୍ଷରୁ ବୋଲଗଡ ର ଆଦର୍ଶ ଶିକ୍ଷୟିତ୍ରୀ ମିତାଲି ମଲ୍ଲଙ୍କୁ କଳିଙ୍ଗ ନାରୀଶକ୍ତି ସମ୍ମାନ ରେ ସମ୍ମାନିତ କରାଯାଇଛି। ଫଳରେ ଶ୍ରୀମତୀ ମଲ୍ଲଙ୍କୁ ବୁଦ୍ଧିଜୀବୀ ମହଲରୁ ଶୁଭେଚ୍ଛା ଜଣାଇ ଅଛନ୍ତି। ଓଡିଶାର ବିଭିନ୍ନ ଜିଲ୍ଲା ରୁ ପ୍ରତିଭାବାନ ମହିଳାଙ୍କୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ସଭ୍ୟାଙ୍କ ମଧରେ ସମାଜସେବୀ ଶୁଭଲକ୍ଷ୍ମୀ ସାମନ୍ତରା, ପୁଷ୍ପିତ ମିଶ୍ର, ସରସ୍ଵତୀ ପୃଷ୍ଟି, ଇତିଶ୍ରୀ ଦୀକ୍ଷିତ, ଶୁଭଶ୍ରୀ ଦାସ, ଅନୁରାଧା ଦାସ, ଅନୁସୂତା ସିଂଦେଓ, ମିତା ପଟ୍ଟନାୟକ, ବୈଶଳିନି ପଟ୍ଟନାୟକ, ସଂଘମିତ୍ରା ଛୋଟରାୟ, କୌଶଲ୍ୟା ନାୟକ, ମିତଞ୍ଜଳି ମହାନ୍ତି, ନିରୋଜାଲକ୍ଷ୍ମୀ ମହାପାତ୍ର, ରଶ୍ମିତା ମଲିକ, ଅମ୍ବିକା ମହାରଣା,।ସୁଜାତା ସ୍ବାଇଁ, ସୁଚିଶ୍ମିତା ମହାପାତ୍ର, ପୁଷ୍ପଲତା ମୁନି, କଲ୍ପନା ବେହେରା, ଜୟେଶ୍ରି ଛୋଟରାୟ, ସଂଯୁକ୍ତା ପଲାଇ, କୁଞ୍ଜଲତା ମାହୁନ୍ତ, ପଦ୍ମାବତୀ ମିଶ୍ର, ଅନ୍ନପୂର୍ଣ୍ଣା ଦାସ, ମିତାଲି ମଲ୍ଲ, ରଶ୍ମିତା ନାୟକ, ଇତିଶ୍ରୀ ସାହୁ, ମିନତି ପଣ୍ଡା, ପ୍ରମୁଖଙ୍କୁ କଳିଙ୍ଗ ନାରିଷକ୍ତି ୨୦୨୬ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସମସ୍ତେ ଉପସ୍ଥିତ ରହି ସୂଚାର ରୂପେ ସହଯୋଗ କରିଥିଲେ।
ବୋଲଗଡ ରୁ ରୁଦ୍ର ମାଧବ ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


