ବାଲିମେଳା: ତା -୦୫/୦୩(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କଂଗ୍ରେସ ସଭାପତି ଭାବେ ମୁକୁନ୍ଦ ମାଡକାମୀଙ୍କୁ ଦଳ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଖବର ପ୍ରକାଶିତ ହେବା ପରେ ବ୍ଲକ ଅଧୀନରେ ଥିବା ବିଭିନ୍ନ ଅଞ୍ଚଳର ଦଳୀୟ କର୍ମୀ ମାନେ ଖୁସି ପ୍ରକଟ କରିବା ସହ ମୁକୁନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଜି.ଶ୍ରୀନିବାସ ରାଓଙ୍କ ଚୟନ ଅନୁଯାୟୀ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ କୋରୁକୋଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ଶ୍ରୀ ମୁକୁନ୍ଦଙ୍କୁ ଚୟନ କରାଯାଇଛି। ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଦଳର ସଫଳତା ପାଇଁ ସମ୍ପୂର୍ଣ ଭାବେ ଚେଷ୍ଟା କରିବି ବୋଲି ଶ୍ରୀ ମୁକୁନ୍ଦ କହିଛନ୍ତି।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


