ବୋଲଗଡ: ତା -୦୫/୦୩(ବିଏମସି ଟିଭି ଓଡ଼ିଆ)
ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ବର୍ଷାରାଣୀ ଗଜେନ୍ଦ୍ର (୨୯)ନିଜ ଭଡା ଘରେ ଆତ୍ମହତ୍ୟା କରିଥିଲେ। ପରିବାରର ଅଭିଯୋଗ ଅନୁଯାୟୀ କେଶ ନଂ ୭୭ | ୨୬ରେ ବୋଲଗଡ ପୋଲିସ ଘଟଣାର ତଦନ୍ତ କରୁଥିଲେ। ବର୍ଷାଙ୍କ ମାଆଙ୍କ ସୂଚନା ଅନୁଯାୟୀ ସୁଧାଂଶୁ ପାଳ ପିତା ପ୍ରମୋଦ ପାଳ ବର୍ଷାଙ୍କୁ ଭଲପାଉଥିଲେ। ସୁଧାଂଶୁ ବିବାହିତ ବୋଲି ଜାଣିବାପରେ ବର୍ଷା ମାନସିକ ସନ୍ତୁଳନ ହରାଇ ବସିଥିଲେ। ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା । ତେଣୁ ଲୋକ ଲଜ୍ୟା ଭୟରେ ବର୍ଷା ଆତ୍ମହତ୍ୟା କରିଦେଲେ। ଆଇଆଇସି ସୁକାନ୍ତ ଦଳେଇଙ୍କ ନିର୍ଦେଶରେ ତଦନ୍ତକାରୀ ଅଧିକାରୀ ଏସ ଆଇ ହାଡୁବନ୍ଧୁ ଦାସ ଅଭିଯୁକ୍ତ ସୁଧାଂଶୁକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପୂର୍ବରୁ ପୋଲିସ ସୁଧାଂଶୁଓରଫ ପିଣ୍ଟୁଗ୍ରାମ କୁମୁଟିସାହି ମାଣିକଗୋଡାକୁ ଥାନାକୁ ନେଇ ପଚରାଉଚରା କରିଥିଲେ। ସେତେବେଳେ ସେ ଅସ୍ଵୀକାର କରିଥିଲେ। ପରେ ପ୍ରମାଣ ପରେ ଅଭିଯୁକ୍ତକୁ ଗିରଫ କରିଛନ୍ତି ତେବେ ଦୀର୍ଘ ଏକମାସ ପରେ ଘଟଣାର ପର୍ଦାଫାଶ ହୋଇପାରିଛି ।
ବୋଲଗଡ ରୁ ରୁଦ୍ର ମାଧବ ସାହୁଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


