ସମ୍ବଲପୁର:ତା.୨୫/୦୧(ବିଏମସି ଟିଭି ଓଡିଆ)
କୁଚିଣ୍ଡା ବ୍ଲକର ପିଏମଶ୍ରୀ ଅର୍ଡ଼ାବାହାଲ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୧୬ ତମ ଜାତୀୟ ଭୋଟର ଦିବସ ପାଳିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ଏଡିଜେ ଡ଼.ପ୍ରଭାକର ଗଣ୍ଠିଆ ମୁଖ୍ୟ ଅତିଥି, ଏସଡିଜେଏମ ଅବିନାଶ ଚିନରା, ବାର ଏସୋସିଏସନ୍ ସଭାପତି ଆଇଁଠୁ ଚରଣ ରାଉତ ଓ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅତିଥିମାନେ ସମ୍ବିଧାନ ତିଆରି ,ତାକୁ ଲାଗୁ କରିବା, ଗଣତନ୍ତ୍ରର ମହାପର୍ବ ଭୋଟଦାନ ଦିବସ ସମ୍ପର୍କରେ ସୂଚନା ଦେଇ ଯୁବବର୍ଗ ଅଠର ବର୍ଷ ହେଲେ ଭୋଟ ତାଲିକାରେ ନାମ ପଞ୍ଜିକରଣ କରିବା ସହ ନିଜ ଅଧିକାର ସହିତ ଶତ ପ୍ରତିଶତ ଭୋଟ ଗ୍ରହଣ କରିବା ପର୍ଯ୍ୟନ୍ତ ଉଦ୍ୟମ କରନ୍ତୁ ବୋଲି ଆହ୍ବାନ ଦେଇଥିଲେ । ଅତିଥିଗଣ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପରେ ମଞ୍ଚାସୀନ ଅତିଥିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ରଞ୍ଜନ ନାଏକ ସଭାପତିତ୍ଵ କରିଥିଲେ। ବରିଷ୍ଠ ଅଧ୍ୟାପିକା ତୃପ୍ତି ପଟେଲ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଶୁଭଲକ୍ଷ୍ମୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଉଦୟ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଶେଷ ଭାଗରେ ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅତିଥି ଗଣ ମିଳିତ ଭାବରେ ଉପଯୁକ୍ତ ନାଗରିକ ହେବାକୁ ନିର୍ବାଚନ କମିଶନ ପ୍ରଦତ୍ତ ଶପଥକୁ ଉଚ୍ଚ ସ୍ବରରେ ମିଳିତ ଭାବରେ ପାଠ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆଙ୍କ ନେତୃତ୍ୱରେ ବାସନ୍ତୀ ପଟେଲ, ଦୂଳରି ନାଏକ ଓ ଲଳିତ କୁମାର ନାଏକ ପ୍ରମୁଖ ପରିଚାଳନା କରିଥିଲେ ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


