କୋରାପୁଟ: ତା – ୧୭/୦୩(ବିଏମସି ଟିଭି ଓଡ଼ିଆ)
କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆକଳନ ପରୀକ୍ଷା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାରେ ୧୦୦୩ ଟି କେନ୍ଦ୍ରରେ ୫୧୩୩ ପୁରୁଷ ଓ ୮୫୮୪ ମହିଳା ମିଶି ମୋଟ ୧୩୨୧୭ ଜଣ ୧୫ ବର୍ଷରୁ ଉର୍ଦ୍ଧ ନିରକ୍ଷର ଏହି ପରୀକ୍ଷାରେ ଯୋଗ ଦେଇଥିଲେ ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ସୂଚନା ଦେଇଥିଲେ। ଜିଲ୍ଲାର ଜୟପୁର,କୋରାପୁଟ ଓ ବୈପାରିଗୁଡା ବ୍ଲକ୍ଅନ୍ତର୍ଗତ ବିଭିନ୍ନ କେନ୍ଦ୍ରକୁ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ପରିଦର୍ଶନ କରିଥିବା ଜଣାପଡିଛି।ସେହିପରି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରା ଓ ଶ୍ରୀମତୀ ଅର୍ପିତା ପ୍ରଧାନ ବିଭିନ୍ନ ବ୍ଲକରେ ଅନୁଷ୍ଠିତ କେନ୍ଦ୍ର ଗୁଡ଼ିକୁ ପରିଦର୍ଶନ କରିଥିଲେ।ନିଜ ବ୍ଲକର କେନ୍ଦ୍ର ଗୁଡ଼ିକୁ ବିଇଓ, ଏବିଇଓ ଓ ସିଆରସିସି ମାନେ ପରିଦର୍ଶନ କରିଥିବା ଜଣାପଡିଛି। ସୂଚନlଯୋଗ୍ୟ ଗ୍ରାମାଞ୍ଚଳ ରେ ଅଧାରୁ ପାଠ ଛାଡୁଥିବା ପନ୍ଦର ବର୍ଷ ରୁ ଉର୍ଦ୍ଧ ବ୍ୟକ୍ତି ଙ୍କୁ ଏହି ପରୀକ୍ଷା ମlଧ୍ୟ୍ୟମ ରେ ସlକ୍ଷରତା କରିବା ଶିକ୍ଷା ବିଭାଗ ର ଏହିପରି ଅଭିନବ ପଦକ୍ଷେପ କୁ ସାଧାରଣ ରେ ଉଚ୍ଚ ପ୍ରଶଂସା କରାଯାଇଛି ।
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ଦେବାଶ୍ରିତ ପଟନାୟକ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


