ବୋଲଗଡ , ତା ୦୬/୧୨ (ବିଏମସି ଟିଭି ଓଡ଼ିଆ)
ବୋଲଗଡ ବ୍ଲକ ଅସରଳା ପଞ୍ଚାୟତସ୍ଥ କୁଞ୍ଜବିହାରୀ ମଠ ରେ କୁଞ୍ଜବିହାରୀ ଦେବ ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଧୂମଧାମରେ ପାଳିତ ହୋଇଛି । ଏହି ଅବସରରେ ହୋମାଦି ଯଜ୍ଞ କର୍ମ ଯଥା ରୀତି ସମ୍ପନ୍ନ ହୋଇଥିଲା । ଏହି ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ କାର୍ଯ୍ୟକ୍ରମ ରେ କର୍ତ୍ତା ଭାବରେ ଗୋପୀନାଥ ପଣ୍ଡା ଓ ପତ୍ନୀ ଚନ୍ଦ୍ରପ୍ରଭା ପଣ୍ଡା କାର୍ଯ୍ୟ ତୁଲାଇଥିଲେ । ଏହି ଅବସରରେ ୫ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ପରିଚାଳନା କମିଟି ସୁଚାରୁରୂପେ ଦାୟିତ୍ୱ ସମ୍ପନ୍ନ କରିଛନ୍ତି। ପ୍ରତ୍ୟହ ଶହ ଶହ ଶ୍ରଦ୍ଧାଳୁ ନୂତନ ବିଗ୍ରହ ଙ୍କୁ ଦର୍ଶନ କରିବାରେ ଭିଡ଼ ଜମିଥିଲା।
ବୋଲଗଡ ରୁ ରୁଦ୍ର ମାଧବ ସାହୁ ଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


