ବୋଲଗଡ଼ ;ତା-୧୫/୦୯(ବିଏମସି ଟିଭି ଓଡ଼ିଆ)
ସଂପୁର ଗ୍ରାମବାସୀ ମାନଙ୍କ ମିଳିତ ନେତୃତ୍ବରେ ବାରମାସରେ ବିଭିନ୍ନ ପ୍ରକାରର ତେର ପର୍ବ ପାଳିତ ହୋଇଥାଏ । ସଂପୁର ଗ୍ରାମ ହେଉଛି ଏକ କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଗ୍ରାମ ଅଟେ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ମହାଆଡ଼ମ୍ବର ତଥା ଆନନ୍ଦର ସହିତ ସଂପୁର ଗ୍ରାମର ସମସ୍ତ ଜନସାଧାରଣ ଏକତା ଓ ସଂହତି ମାଧ୍ୟମରେ ଶାନ୍ତିଶୃଙ୍ଖଳା ର ସହିତ ଗ୍ରାମରେ ଅବସ୍ଥାପିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବ ମନ୍ଦିର ପ୍ରାଙ୍ଗଣରେ ନବାର୍ଣ୍ଣ ତଥା ନୂଆ ଚୁଡ଼ା ପୂଜା କରାଯାଇ ସମସ୍ତେ ମିଳିତ ଭାବେ ଭୋଜନ କରିଥାନ୍ତି।

ପବିତ୍ର ନୂଆଖାଇ ମହୋସ୍ଚବ ହେଉଛି ସଂମ୍ପର୍କର ଭାଇଚାରା ଅତୁଟ ବନ୍ଧନ। ଏହି ନୂଆଖାଇ ମହୋସ୍ଚବରେ ଆବାଳବୃଦ୍ଧବନିତା ନୂତନ ବସ୍ତ୍ର ପରିଧାନ କରି ପ୍ରତ୍ୟେକ ଘର ମାନଙ୍କରେ ଶୁଭ ପ୍ରଦୀପ ପ୍ରଜ୍ବଳନ କରି ପରସ୍ପର କୁ ଆଲିଙ୍ଗନ ମାଧ୍ୟମରେ ନୂଆଖାଇ ଭେଟଭାଟ ର ଶୁଭେଚ୍ଛା ଜଣାଇ ସମସ୍ତ ଙ୍କର ମଙ୍ଗଳ କାମନା କରିଥାନ୍ତି।

ଆଜି ସଂପୁର ଗ୍ରାମରେ ସମସ୍ତ ଯୁବଗୋଷ୍ଠୀ ମାନଙ୍କ ମିଳିତ ନେତୃତ୍ବରେ ଓ ସମାଜସେବୀ ତଥା ସାମ୍ବାଦିକ ନୀରଞ୍ଜନ ନାୟକ ଓରଫ ଅନୀଲ ନାୟକଙ୍କ ସଭାପତିତ୍ୱରେ ନୂଆଖାଇ ଭେଟଭାଟ ମହୋସ୍ଚବ ଉଦ୍ଦଘାଟିତ ହୋଇ ଯାଇଅଛି। ଏହି ମହୋସ୍ଚବରେ ମୁଖ୍ଯ ଅତିଥି ଭାବେ ଖୋଦ୍ଧା ଜିଲ୍ଲା ବିଜେପି ଉପସଭାପତି ବାସୁଦେବ ସାହୁ, ମୁଖ୍ଯ ବକ୍ତା ଭାବେ ରାଜ୍ଯ ପ୍ରଦେଶ କଂଗ୍ରେସ କମିଟିର ସଦସ୍ଯ ସଦାଶିବ ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ନେତା ପ୍ରସନ୍ନ ଶ୍ରୀଚନ୍ଦନ, ଡାକ୍ତର ମଧୁମୀତା ଷଡଙ୍ଗୀ, ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲଛମନ ପରିଡ଼ା, ଆଇନଜୀବୀ ରାମଚନ୍ଦ୍ର ଜୟସିଂହ, ନାଟ୍ୟ ନିର୍ଦେଶକ ନାରାୟଣ ମହାନ୍ତି, ସମାଜସେବୀ ବିଜୟ ମହାନ୍ତି, ପ୍ରାକ୍ତନ ସରପଞ୍ଚ ଅର୍ଜୁନ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ସଂପୁର ଗ୍ରାମର କଳା, ସାହିତ୍ୟ, ସଂସ୍କୃତି, ଏକତା, ସଂହତି, ପରମ୍ପରା, ଐତିହ୍ୟ ଓ ବିକାଶ ବଜାଇ ରଖିବାକୁ ସମସ୍ତ ନିମନ୍ତ୍ରିତ ଅତିଥି ମାନେ ଗ୍ରାମବାସୀ ମାନଙ୍କୁ ଅନୁରୋଧ କରିଥିଲେ।

ବିଭିନ୍ନ କଳାକାର ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ମହୋସ୍ଚବ କମିଟି ତରଫରୁ ସେମାନଙ୍କୁ ଉତ୍ତରୀୟ, ଫୁଲତୋଡ଼ା ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରୀମାନଙ୍କର ସମ୍ବଲପୁରୀ ନ୍ରୁତ୍ୟ ସମସ୍ତଙ୍କର ମନ ମୋହିଥିଲା। ମହୋସ୍ଚବ କମିଟି ତରଫରୁ ସଂପୁର ଗ୍ରାମର ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ସମାଜସେବୀ ହରପ୍ରସାଦ ମହାନ୍ତି ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।
ବିଏମସି ନିୟୁଜ ଓଡ଼ିଶା।


