କୁଡୁମୁଲୁଗୁମ୍ମା ; ତା-୦୧/୦୪ ( ବିଏମସି ଟିଭି ଓଡ଼ିଆ)
ଆଜି କୁଡୁମୁଲୁଗୁମ୍ମା ସ୍ଥିତ ପି ଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ୯୦ ତମ ଓଡ଼ିଶା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅର୍ଜୁନ ଗାଡାଙ୍ଗୀ, ଶିକ୍ଷୟତ୍ରି ସସ୍ମିତା ମହାପାତ୍ର, ଶିକ୍ଷକ ସୁଧାକର ନାୟକ, ଦୀପକ କୁମାର ବେନିଆ, ସଞୟ ମହାନନ୍ଦିଆ, ହରିବନ୍ଧୁ ସାଆନ୍ତା, ବିକାଶ ବଡଗୁଛିଆ , ଅଞଳି ପ୍ରଭା ହନ୍ତାଳ, ନିଳାଦ୍ରୀ ଟାକ୍ରି,ମଇନା ହନ୍ତାଳ ଓ ଲିପିକା ଦାସ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ୍ୟ କର୍ଣ୍ଣଧାର ମାନଙ୍କ ତୈଳତିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ସହ ଦ୍ୱିପ ପ୍ରଜ୍ବଳନ କରାଯାଇଥିଲା ଓ ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମବେଚ କଣ୍ଠରେ,”ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ କରିଥିଲେ ।

ଏହି ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ୧୯୩୬ ମସିହାର ଆଜିର ଦିବସରେ ଭାଷା ଆଧାରରେ ଓଡିଶା କିପରି ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା ଓ ଏହା ପଛରେ ଓଡ଼ିଶାର ପ୍ରାଣଧାର ତଥା ମୁଖ୍ୟ କର୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ଉତ୍କଳମଣି ଗୋପବନ୍ଧୁ ଦାସ, କବିବର ରାଧାନାଥ ରାୟ, ପଣ୍ଡିତ ଗୈରୀଶଙ୍କର ମହାପାତ୍ର, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ହରେକୃଷ୍ଣ ମହତାବଙ୍କ ତପସ୍ୟା, ତ୍ୟାଗ ଓ ବଳିଦାନ ସଂମ୍ପର୍କରେ ପିଲା ମାନଙ୍କୁ ଅବଗତ କରାଇଥିଲେ ।

ମାଲକାନଗିରି ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ହିମାଂଶୁ ଶେଖର ସ୍ୱାଇଁଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା ।


