ବାଙ୍କୀ: ତା -୧୫/୦୩(ବିଏମସି ଟିଭି ଓଡ଼ିଆ)
ବାଙ୍କୀ ଡମପଡା ଶିମିଳିପୁର ଗ୍ରାମ ପଂଚାୟତ ମକୁନ୍ଦପୁର ଗ୍ରାମରେ ଓଡିଶୀ ନାମ ସଂକୀର୍ତନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଶନିବାର ସକାଳ ସମୟରେ କଳସ ଯାତ୍ର ଅନୁଷ୍ଠିତ ହୋଇଥିଲା.ଗ୍ରାମର ସମସ୍ତ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ । ଏକ ବିରାଟ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରି କଳସ ଆସି ସ୍ଥାପନ କରାଯାଇଥିଲା. ଗୁଣମଣୀ ନାୟକ ମୁଖ୍ୟ କଳସ ମୁଣ୍ଡରେ ଧରି ମୁଖ୍ୟ ସ୍ରୋତ ରେ ସାମିଲ ହୋଇଥିଲେ । ଶନିବାର ଦିନ ଗାୟିକା ନର୍ମଦା ସାହୁ ଙ୍କ ଦ୍ୱାରା ସଂକୀର୍ତନ ପରିବେଷଣ କରାଯାଇଥିଲା । ଏହା ମଧ୍ୟ ସମସ୍ତ ଦର୍ଶକ ଙ୍କ ମାନଙ୍କୁ ଛୁଇଁ ଥିଲା । ସନ୍ଧ୍ୟା ସମୟରେ ଗାୟକ ପ୍ରହଲ୍ଲାଦ ସାହୁଙ୍କ ନାମ ସଂକୀର୍ତନ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥିଲା ଓ ନାଚ ଗୀତ ରେ ଫାଟି ପଡିଥିଲା ଗାଁ ଦଣ୍ଡ. ରବିବାର ଦିନ ଗାୟିକା ମନୋରମା ବେହେରା ଙ୍କ ନାମ ସଂକୀର୍ତନ ବିଶେଷ ଆକର୍ଷଣ ଥିଲା । ଏହି ସମୟରେ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ହରିବୋଲ ଓ ହୁଳହୁଳି ରେ କମ୍ପି ଉଠି ଥିଲା ଗାଁ ଦାଣ୍ଡ ଏଥିରେ ଗାଁ ର ସମସ୍ତ ସଦସ୍ୟ ଓ ଆଖପାଖ ଅଂଚଳ ର ବହୁ ଜନସାଧାରଣ ସାମିଲ ହୋଇଥିଲେ ।ଗାଁ ର ମହିଳା ମାନେ ପରିବା କାଟି ରୋଷେଇ କାର୍ଯ୍ୟ ରେ ସହଯୋଗ କରିଥିଲେ. ସମସ୍ତ ଶ୍ରଦ୍ଧାଳୁ ଭକ୍ତ ପ୍ରସାଦ ସେବନ କରିଥିଲେ । ଗାଁ ର ମୁଖ୍ୟ ପର୍ଶୁରାମ ନାୟକ, କବିଚନ୍ଦ୍ର ସ୍ୱାଇଁ ଓ ପ୍ରଫୁଲ୍ଲ ରାଉତ ଙ୍କ ତତ୍ଵାବଧାନରେ ସମସ୍ତ କାର୍ଯ୍ୟ ହୋଇଥିଲା।
ବାଙ୍କୀ ଡମପଡ଼ା ରୁ ସୁଶାନ୍ତ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


