ବଲାଙ୍ଗୀର/ଟିଟିଲାଗଡ଼:ତା-୧୮/୦୨(ବିଏମସି ଟିଭି ଓଡ଼ିଆ)
ସରକାରୀ ଭାବେ ଆଦିବାସୀ ଅଧ୍ୟୁଷିତ ତଥା କେବିକେ ତାଲିକାଭୁକ୍ତ ବଲାଙ୍ଗୀର ଜିଲ୍ଲା ରେ ପାନୀୟ ଜଳ ଯୋଗାଣ ନେଇ କୋଟି, କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପରିତାପ ର ବିଷୟ ଯେ,ଏହି ଟଙ୍କା କେବଳ ସୂଚନା ଫଳକ ଓ ବଡ଼ ବଡ଼ ପାଣି ଟାଙ୍କି ରେ ସୀମିତ ରଖି କୋଟି , କୋଟି ଟଙ୍କା ହଡ଼ପ କରାଯାଇଛି,କିନ୍ତୁ ବୁନ୍ଦାଏ ପାଣି ନାହିଁ। ପାନୀୟ ଜଳ ପାଇଁ ଗରା, ବାଲଟି, ନେଇ କ୍ରମାଗତ ଭାବେ ରାଜରାସ୍ତା ଅବରୋଧ ସହ ଆବେଦନ, ନିବେଦନ କରି ନିରାଶ ହୋଇ ସାରିଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଜିଲ୍ଲା ର ସବୁ ସରକାରୀ ବାବୁ ମିଳିତ ଭାବେ କାଗଜ, କଲମ ରେ କୋଟି, କୋଟି ଟଙ୍କା ହଡପ କରିଦେଇ କେବଳ କାଗଜ କଲମରେ ଓ ନାମକୁ ମାତ୍ର କିଛିଟା ବଡ ବଡ ପାଣି ଟାଙ୍କି ନିର୍ମାଣ କରି ଛାଡ଼ିଦେଇଛନ୍ତି। ସରକାର ଙ୍କ ଡବଲ ଇଞ୍ଜିନ ସରକାର ସଠିକ ସମୟ ରେ କାର୍ଯ୍ୟ ସମ୍ପୂର୍ଣ ନ ହେଲେ ଉକ୍ତ ସରକାରୀ ଅଧିକାରୀ ଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ହେଲେ ନିଲମ୍ବନ କରାଯିବ ବୋଲି ନିର୍ଦ୍ଧେଶ ଜାରି କରିଛନ୍ତି। ହେଲେ ବର୍ଷ, ବର୍ଷ ବିତି ସାରିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହେଉନି। ପୂର୍ବତନ ଜିଲ୍ଲା ମୁଖ୍ୟ ଅଧିକାରୀ ରୋପ୍ୟ ରଞ୍ଜନ ବେହେରା ଗତ ୧୧. ୦୮. ୨୦୨୫ ରିଖ ରେ ଲିଖିତ ନିର୍ଦ୍ଧେଶ ଜାରି କରିଥିଲେ। ପରିତାପ ର ବିଷୟ ଯେ ତାଙ୍କ ବଦଳ ରେ ଅନ୍ୟ ଜଣେ ଅଧିକାରୀ ଯୋଗ ଦେଇଥିବା ଓ ମାସ ମାସ ବିତିଗଲା କିନ୍ତୁ ଟିଟିଲାଗଡ ଯାହାକି ତତଲଗଡ ରୁପେ ପରିଚିତ ଏହି ସବ ଡ଼ିଭିଜନ ରେ ଗ୍ରାମବାସୀ ଙ୍କୁ ପାନୀୟ ଜଳ ମିଳି ପାରିନି। ଗଗନ କୁମାର କିସାନ ଏବେ ଜିଲ୍ଲା ମୁଖ୍ୟ ଅଧିକାରୀ ଦାୟିତ୍ୱ ରେ ଥିବା ବେଳେ ସେ ଟିଟିଲାଗଡ଼, ମୁରିବାହାଲ ଆଦି ବ୍ଲକ ଦାୟିତ୍ୱ ରେ ଥିବା ବୃନ୍ଦାବନ ମେହେର ତାହା ବୁଝିବେ ବୋଲି ପ୍ରକାଶ କରିଛନ୍ତି। ଉକ୍ତ ଅଧିକାରୀ ଶ୍ରୀ ମେହେର ଏ ନେଇ କିଛି ପ୍ରତିକ୍ରିୟା ଦେଇ ପାରିବେନି ବୋଲି ପ୍ରକାଶ କରି ଥିବା ବେଳେ ବିଗତ ଦିନରେ ଏକ ସ୍ବତନ୍ତ୍ର ଗସ୍ତ ଓ ସମୀକ୍ଷା ନେଇ ବିଭାଗୀୟ ମନ୍ତ୍ରୀ ଟିଟିଲାଗଡ ଆସି ମାସ ମାସ ଅତିବାହିତ ହୋଇ ଗଲାଣି ସିନା ସମସ୍ୟା ସେମିତି ଦ୍ଵିଗୁଣିତ ହେବାରେ ଲାଗିଛି ଆଗାମୀ ଦିନରେ ଉକ୍ତଟ ଗ୍ରୀଷ୍ମ ଋତୁ ନେଇ ବୁଦ୍ଧିଜୀବି ମହଲ ରେ ତିବ୍ର ପ୍ରତିକ୍ରିୟା ପ୍ରକାଶ । ସେହିପରି ବିଭାଗୀୟ ଅଧିକାରୀ କାର୍ଯ୍ୟ ରେ ପିସି କାରବାର ଓ ଦାୟିତ୍ବହୀନତା ଯୋଗୁଁ ଏଭଳି ସ୍ଥିତି ବୋଲି ପ୍ରକାଶ ପାଉଥିବା ବେଳେ ଏହି ଅଧିକାରୀ କାହା ଛତ୍ର, ଛାୟା ତଳେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଅଧିକାରୀ ଡେପୁଟି ସିଏମ୍ ଆମ ସହ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ସେହିପରି ସମସ୍ତ ସରପଞ୍ଚ ତଥା ବରିଷ୍ଠ ଅଧିକାରୀ ସମସ୍ୟା ନେଇ ସବୁ ଜାଣିଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏ ଦିଗରେ ବିଭାଗୀୟ ମୂଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣ ରେ ଦୃଢ଼ ଦାବୀ ହେଉଛି । ଏଭଳି କାଗଜ, କଲମ ରେ ଅଧିକାରୀ ସରକାରୀ ଅର୍ଥ ଆତ୍ମସାତ ଖୋଲା, ଖୋଲି କରିଦେଇ ଆରାମ ରେ ଥିବା ବେଳେ ସାଧାରଣ ପାଣି ଟୋପେ ପାଇଁ ଅକାଥନୀୟ ଦୁର୍ଦଶା ଭୋଗିବାକୁ ବାଧ୍ୟ।
ଟିଟଲାଗଡ ରୁ ସନ୍ତୋଷ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


