ସମ୍ବଲପୁର/ବାମରା:ତା-୦୭/୦୨(ବିଏମସି ଟିଭି ଓଡିଆ)
ସମ୍ବାଦ ସାହିତ୍ୟ ଘର, କେସାଇବାହାଲ ଶାଖାର ସଭାପତି ତୁଳସୀ ମଞ୍ଜରୀ ବହିଦାରଙ୍କ ସଭାପତିତ୍ବରେ ସୀମାନ୍ତ ଗାନ୍ଧୀ ଭାବରେ ବିଖ୍ୟାତ ଭାରତ ରତ୍ନ ଖାଁ ଅବଦୁଲ ଗଫର୍ ଖାଁ ଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇ ଯାଇଛି । ଏଥିରେ ସଦ୍ୟ ଅବସର ନେଇଥିବା ଶିକ୍ଷୟିତ୍ରୀ ପଙ୍କଜିନି ନାୟକ ମୁଖ୍ୟ ଅତିଥି ଓ ବିଶିଷ୍ଟ ପରିବେଶବିତ୍ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଖାଁ ଅବଦୁଲ ଗଡର ଖାଁ ଙ୍କ ସ୍ଵାଧୀନତା ସଂଗ୍ରାମ ଓ ଅଖଣ୍ଡ ଭାରତ ପାଇଁ କରିଥିବା ଉଦ୍ୟମର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ନାୟକ ଦମ୍ପତ୍ତିଙ୍କ ପରିବେଶ ସୁରକ୍ଷା ପାଇଁ ଚଳାଇ ଥିବା ଉଦ୍ୟମ ପାଇଁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ଗୀତିକାର ଅଷ୍ଟମ ଗୋପାଳ ସ୍ଵାଗତ ସଙ୍ଗୀତ ଗାନ କରିଥିବା ବେଳେ ସମ୍ପାଦକ ରବୀନ୍ଦ୍ର କୁମାର ଦାସ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବର୍ଷୀୟାନ କବି ନିରୁପମା ସାହୁ, ସୁଜ୍ଞାନୀ ନାୟକ, ବିଣାପାଣି ନାୟକ, ଅଧ୍ୟାପିକା ସମୀକ୍ଷା ନାୟକ, ପଦ୍ମାବତୀ ନାୟକ, ଅନୁଶୟା ପଟେଲ, ଉଦୟନାଥ ଦ୍ବିବେଦୀ, ଶାନ୍ତିଲତା ପୃଷ୍ଟି ପ୍ରମୁଖ ସ୍ୱାଧୀନତା ସଂଗ୍ରାମରେ ସୀମାନ୍ତ ଗାନ୍ଧୀଙ୍କ ଉପରେ ଚର୍ଚ୍ଚା କରିବା ସହ ନାୟକ ଦମ୍ପତ୍ତିଙ୍କ ପରିବେଶ ସମ୍ପର୍କିତ କାର୍ଯ୍ୟର ପ୍ରଶଂସା କରିଥିଲେ । ଶେଷରେ ଯୁଗ୍ମ ସମ୍ପାଦିକା ପଦ୍ମିନୀ ବଙ୍କରା ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।
ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସୀମାନ୍ତ ଗାନ୍ଧୀ ଜୟନ୍ତୀ , ପ୍ରକୃତି ବନ୍ଧୁ ପରିବାରକୁ ସମ୍ବର୍ଦ୍ଧନା


