ବୋଲଗଡ ; ତା – ୨୪/୦୩ ( ବିଏମସି ଟିଭି ଓଡ଼ିଆ )
ବୋଲଗଡ ବ୍ଲକ ବଡ଼କୁମାରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ହରିକେଶର ଗ୍ରାମରେ ଆୟୋଜିତ ” ଗାଁ ମହୋତ୍ସବ, ହରିକେଶର-୨୦୨୬ ର ଦ୍ୱିତୀୟ ସଂନ୍ଧ୍ଯାରେ ଓଡିଶୀ ନୃତ୍ୟର ଛନ୍ଦେ ଛନ୍ଦେ ମଞ୍ଚ ଛନ୍ଦାୟିତ ହୋଇଛି । ମା’ରାମଚଣ୍ଡୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ପ୍ରକାଶ ଚନ୍ଦ୍ର ରାଉତରାୟ ସଭାପତିତ୍ୱ କରିଥିଲେ ।

ମୁଖ୍ୟ ଅତିଥି ବରିଷ୍ଠ କଂଗ୍ରେସ ନେତା ପୃଥିବଲ୍ଲଭ ପଟ୍ଟନାୟକ, ବିଜେପି ଯୁବ ନେତା ବାସୁଦେବ ସାହୁ, ସମାଜସେବୀ ମନୋଜ ପ୍ରଧାନ ଧୀରେସ ମହାପାତ୍ର ଓ ସନ୍ତୋଷ ପ୍ରଧାନ ଯୋଗଦେଇଥିଲେ ।

ଏଭଳି ଗାଁ ମହୋତ୍ସବ ଗ୍ରାମାଞ୍ଚଳ ପ୍ରତିଭାକୁ ପରିପ୍ରକାଶ କରିବାରେ ସହାୟକ ହୋଇଥାଏ । ଏଭଳି ମଞ୍ଚ ଦୀର୍ଘଜୀବୀ ହେବାକୁ ଆଶା କରିଥିଲେ । ସାଇକଳା ସଂସଦ ଭୁବନେଶ୍ୱର କଳ୍ପନା ସାହୁ ଡ୍ୟାନ୍ସ ଗ୍ରୁପ, କସ୍ତୁରୀ ନାମ ସଂକୀର୍ତ୍ତନ ଦଳ ସିଙ୍ଗର ଖୁସି ରାଜସୁନାଖଳା, ଗୀତ ଅଞ୍ଜଲ ମେଲୋଡି ଗ୍ରୁପ ପ୍ରମୁଖ ନୃତ୍ୟ ପ୍ରଦର୍ଶନ କରିଥିଲେ । ପରିଶେଷରେ ଶ୍ରୀ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ରୁ ସଞ୍ଜୟ କୁମାର ମହାପାତ୍ର ଙ୍କ ରିପର୍ଟ ବିଏମସି ନ୍ୟୁଜ୍ ଓଡି଼ଶା ।


