ସୋହେଲା/ବରଗଡ଼: ତା- ୦୩/୦୩(ବିଏମସି ଟିଭି ଓଡ଼ିଆ)
ବରଗଡ ଜ଼ିଲ୍ଲା ସୋହେଲା ବ୍ଲକ କୁଦୋପାଲି ସ୍ଥିତ ପଦ୍ମଶ୍ରୀ ଲୋକକବି ହଳଧର ଆବାସିକ ବନ ବିଦ୍ୟାଳୟ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଆବାସିକ ବିଦ୍ୟାଳୟଟି ପଦ୍ମଶ୍ରୀ ପୁରସ୍କୃତ ପ୍ରଖ୍ୟାତ ଲୋକକବି ହଳଧର ନାଗ ଙ୍କ ଉଦ୍ୟମରେ ସ୍ଥାପିତ ହୋଇଛି। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅତି ଗରିବ ପରିବାରର ଛାତ୍ରଛାତ୍ରୀମାନେ ଏଠାରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଶିକ୍ଷା ଗ୍ରହଣ କରୁଛନ୍ତି। ଖାଦ୍ୟ, ବସ୍ତ୍ର, ପାଠ୍ୟସାମଗ୍ରୀ ଓ ଆବାସ ସୁବିଧା ସମସ୍ତ କିଛି ନିଶୁଳ୍କ ଭାବେ ଯୋଗାଇ ଦିଆଯାଉଛି।ଏହି ଅବସରରେ ସାଂସଦ ଶ୍ରୀ ବିଶି ନିଜ ଏମପି ଲାଡ଼ ରାଜ୍ୟସଭା ପାଣ୍ଠି ରୁ ନିର୍ମିତ ସୋଲାର ହାଇ ମାଷ୍ଟ ଲାଇଟ ଏବଂ ସୋଲାର ଡ୍ରିଙ୍କିଙ୍ଗ ୱାଟର ଟ୍ୟାଙ୍କ ଉଦ୍ଘାଟନ କରିଥିଲେ। ଏହା ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ଓ ରାତ୍ରିରେ ପର୍ଯ୍ୟାପ୍ତ ଆଲୋକ ସୁବିଧା ଯୋଗାଇବ।ସଭାରେ ଉଦବୋଧନ ଦେଇ ସାଂସଦ ଶ୍ରୀ ବିଶି କହିଥିଲେ ଯେ, ଶିକ୍ଷା ହେଉଛି ସମାଜ ପରିବର୍ତ୍ତନର ସର୍ବୋତ୍ତମ ମାଧ୍ୟମ। ସେ ଛାତ୍ରଛାତ୍ରୀମାନଙ୍କ ଶିଷ୍ଟାଚାର ଓ ଉତ୍କୃଷ୍ଟ ପାଠପଢ଼ାକୁ ପ୍ରଶଂସା କରି ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତ ପ୍ରକାର ସହଯୋଗ ଦେବାକୁ ଆଶ୍ୱାସନା ଦେଇଥିଲେ। ବନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସଭା ରେ ପଦ୍ମଶ୍ରୀ ଲୋକକବି ହଳଧର ନାଗ, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି, ସମ୍ପାଦକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ବିଏମସି ନ୍ୟୁଜ ଓଡ଼ିଶା ।


