ବେଲଗୁଣ୍ଠା ;ତା-୧୦/୧୨(ବିଏମସି ଟିଭି ଓଡ଼ିଆ)
ଦିନକୁ ଦିନ ବେଲଗୁଣ୍ଠା ସହରରେ ବଢୁଛି ମଶାଙ୍କ ଉପଦ୍ରବ ।ସଞ୍ଜ ନଇଁ ଗଲେ ଏହି ଉପଦ୍ରବ ବହୁ ଗୁଣିତ ହୋଇ ଯାଉଛି । ମଶା କାମୁଡ଼ାରେ ସହରବାସୀ କଲବଲ ହେଉଛନ୍ତି । ଛୋଟ ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ଅବସ୍ଥା କହିଲେ ନସରେ । ସହରର ବିଭିନ୍ନ ନାଳ ନର୍ଦ୍ଦମାରେ କ୍ରମାଗତ ଭାବେ ମଶା ବଂଶ ବୃଦ୍ଧି ପାଇବାରେ ଲାଗିଛି । ସହରର ବସ୍ ଷ୍ଟାଣ୍ଡ୍ ,ପରିବା ବଜାର ସମେତ ବିଭିନ୍ନ ସାହିରେ ମଶାଙ୍କ ଦୌରାତ୍ମ୍ୟରେ ଲୋକେ ଅତିଷ୍ଠ ହୋଇ ପଡିଲେଣି । ଏପଟେ ମଶା ବୃଦ୍ଧି ପାଇବା ଯୋଗୁଁ ସହରରେ ମ୍ୟାଲେରିଆ, ଡେ଼ଙ୍ଗୁ ଭଳି ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି । ଏଣୁ ଏଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ମଶା ନିବାରଣ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡାଙ୍କ ରିପୋର୍ଟ ବିଏମସି ନ୍ୟୁଜ୍ ଓଡ଼ିଶା।


