ବୋଲଗଡ ; ତା-୨୮/୦୨ (ବିଏମସି ଟିଭି ଓଡ଼ିଆ)
ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ପିଚୁକୁଳି ଠାରେ ବୋଲଗଡ ବ୍ଲକ ଅଞ୍ଚଳର ଉଚ୍ଚ କୋଟିର ଇଂରାଜୀ ଶିକ୍ଷା ବିକାଶ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଆଦର୍ଶ ବିଦ୍ୟାଳୟ ଖୋଲାଯାଇଅଛି । ଏହି ଆଦର୍ଶ ବିଦ୍ୟାଳୟରେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ଗରିବ,ଅସହାୟ ତଥା ସମସ୍ତ ବର୍ଗର ଲୁକାୟିତ ମେଧାବୀ ଛାତ୍ର ଛାତ୍ରୀମାନେ ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ଦେଇ ଉତୀର୍ଣ୍ଣ ହୋଇ ମାଗଣା ଶିକ୍ଷା ପାଇବା ପାଇଁ ସୁବ୍ୟବସ୍ଥା ରହିଅଛି। ଏଥି ମଧ୍ୟରେ ମାଗଣା କମ୍ପୁଟର ଶିକ୍ଷା,ବିଜ୍ଞାନ ଲ୍ୟାବ,ଚିତ୍ରକଳା,ନୃତ୍ୟକଳା ସହିତ ମାଗଣା କୋଚିଂ ଆଦି ବ୍ୟବସ୍ଥା ଥିବାବେଳେ ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ଉଚ୍ଚ କୋଟିର ଶିକ୍ଷା ଦିଆଯାଇଥାଏ । ବୋଲଗଡ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ପାଇଁ ଚଳିତ ବର୍ଷ ୫୫୭ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେଇଅଛନ୍ତି। ଏହି ପ୍ରବେଶିକା ଆଦର୍ଶ ବିଦ୍ୟାଳୟର ପରୀକ୍ଷାର ଫଳାଫଳ ଗତ ଫେବୃଆରୀ ୧୭ତାରିଖରେ ପ୍ରକାଶ ପାଇଅଛି । ତେବେ ବଡ଼ ଆଶ୍ଚର୍ଯ୍ୟର ବିଷୟ ପରୀକ୍ଷା ଫଳାଫଳ ସାର୍ବଜନୀନ ନ ହେଵା ସନ୍ଦେହ ଘେରକୁ ଆସିଛି । ଏହି ଘଟଣା ଟି ବୋଲଗଡ ବ୍ଲକ ଅଞ୍ଚଳରେ ବୁଦ୍ଧିଜୀବୀ, ଶିକ୍ଷାବିତ୍,ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟ ପଟେ ଆଦର୍ଶ ବିଦ୍ୟାଳୟର ଫଳାଫଳ ସ୍ୱଛତା ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ଏହି ସମ୍ପର୍କରେ ବୋଲଗଡ ପିଚୁକୁଳି ସ୍ଥିତ ଆଦର୍ଶ ବିଦ୍ୟାଳୟର ଅଧକ୍ଷ ତାପସ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ଫଳାଫଳ ସାର୍ବଜନୀନ ନ ହେଵା କଥା ପ୍ରକାଶ କରିଥିଲେ । ଏହି ଘଟଣା ରାଜ୍ୟ ସରକାର ତଥା ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ , ରାଜ୍ୟ ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଫଳାଫଳ ସାର୍ବଜନୀନ କରିବା ସହିତ ନିରପେକ୍ଷତା ଅବଲମ୍ବନ କରିବାକୁ ଦାବୀ କରିଅଛନ୍ତି ।

ବିଏମସି ନ୍ୟୁଜ୍ ଓଡି଼ଶା ।


