ସମ୍ବଲପୁର:ତା.୨୦/୧୨ (ବିଏମସି ଟିଭି ଓଡିଆ)
ପ୍ରତ୍ୟେକ ବିଦ୍ୟାର୍ଥୀ କଠିନ ପରିଶ୍ରମ ସାଙ୍ଗକୁ ଶୃଙ୍ଖଳା, ସଂସ୍କାର ସହିତ ପାଠ ପଡ଼ିଲେ ଜୀବନରେ ସଫଳତା ହାସଲ କରିଥାଏ ବୋଲି ଜମନକିରା ବ୍ଲକ୍ ବଡରମା ପଞ୍ଚାୟତ ଅଧିନସ୍ଥ ଷଣ୍ଢପଥର ପିଏମ୍ ଶ୍ରୀ ହାଇସ୍କୁଲ୍ର ବାର୍ଷିକୋତ୍ସବର ଦ୍ବିତୀୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ଏହା କହିଛନ୍ତି।ସେହିପରି ଆୟୋଜିତ ସଭାରେ ଜଣେ ୧୧ ବର୍ଷର ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଭା ଅର୍ଣ୍ଣବ ଦେହୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହିତ ଯେ କୌଣସି ସ୍ତରରେ ନିପୁଣ ପ୍ରତିଭାର ଅଧିକାରୀ ହୋଇ ସ୍କୁଲ ଓ ଗାଁ ମାଟିର ପରିଚୟ ତିଆରି କରିବାକୁ କହି ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରଧାନଶିକ୍ଷକ ରାଜେନ୍ଦ୍ର ଜଗତଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ଫାଶୀମାଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ସ୍କୁଲର ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ଦଳବେହେରା, ବଡ଼ରମା ସରପଞ୍ଚ ବିଜୟ କୁମାର ନାଏକ, ସମିତିସଭ୍ୟ ଆଶୋକ ବାଗ, ଯୁଯୁମୁରା ବିଡିଓ ରବୀନ୍ଦ୍ର ସେଠୀ, ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋସ୍ନା ଦାଶ, ଜାତୀୟ ସ୍ତରରେ ବ୍ରୋଞ୍ଜ ଓ ରାଜ୍ୟ ସ୍ତରରେ ସ୍ବର୍ଣ୍ଣ ପଦକ ବିଜେତା ତୀରନ୍ଦାଜ ଅର୍ଣ୍ଣବ ଦେହୁରୀ ଓ ମିସ୍ ଓଡ଼ିଶା ସୁନ୍ଦରୀ ତଥା ସମ୍ବଲପୁରୀ ଅଭିନେତ୍ରୀ ପଲ୍ଲଵୀ ସେଠୀ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରଥମ ଅଧିବେଶଳରେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ପିଏ, ଆଇଟିଡିଏ, ହେମସାଗର ଭୋଇ ଓ ଅନିଭା ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଜୋନ୍ ୧ ସଭ୍ୟା ସୁଜାତା ଖୁଣ୍ଟିଆ, ଐଶ୍ବର୍ଯ୍ୟା ନାୟକ, ସମିତିସଭ୍ୟ ଅଶୋକ ବାଘ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସସରରେ ହାଇସ୍କୁଲ ଗଠନର ମୁଖ୍ୟ ବିନ୍ଧାଣି ଜମିଦାତାମାନଙ୍କ ସହ ଅର୍ଣ୍ଣବ ଓ ପଲ୍ଲବୀ ଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଜୁନିଅର୍ ବାଳିକା ବିଭାଗ ଖୋଖୋ ଖେଳରେ ଚାମ୍ପିଅନ୍ ଏବଂ ଦିଲ୍ଲୀ ଯିବାକୁ ଥିବା ଖୋଖୋ ଖେଳାଳିଙ୍କୁ ବଡରମା ପଞ୍ଚାୟତ ପକ୍ଷରୁ ମନ୍ତ୍ରୀ ଶ୍ରୀ ନାଏକ ସମ୍ବଦ୍ଧିତ କରିଥିଲେ।
ସମ୍ବଲପୁର ଜିଲ୍ଲା ପ୍ରତିନିଧି କୈଳାସ ମହାରଣାଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


