ବ୍ରହ୍ମପୁର/ଡୁରା :ତା- ୦୭/୦୨(ବିଏମସି ଟିଭି ଓଡ଼ିଆ)
ଶନିବାର ଦିନ ଡୁରା ସ୍ଥିତ ନାସନାଲ ହାଇସ୍କୁଲ ଠାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଭାରତୀ ପ୍ରଧାନ ଙ୍କ ପରୋହିତ୍ୟ ରେ ବାର୍ଷିକ କ୍ରୀଡା ଉତ୍ସବ ର ଉଦଯାପନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼କ୍ଟର ପ୍ରଭାତୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡା ର ମହତ୍ୱ ବିଷୟ ରେ ବୁଝାଇ ଉତ୍ସାହିତ କରିଥିଲେ। ଅନ୍ୟତମ ସନମାନୀତ ଅତିଥି ଭାବେ ମୃଷ୍ଟି ଯୁଦ୍ଧ ପ୍ରଶିକ୍ଷକ ସୁଜାତା ବିଷୋୟୀ ଏବଂ ବରିଷ୍ଠ ସାମ୍ବାଦିକ ତଥା କଣ୍ଠ ଶିଳ୍ପୀ ସୁଦିପ ସାହୁ ଯୋଗ ଦେଇ ପିଲା ମାନଙ୍କୁ ଉଛାହିତ କରିଥିଲେ । ସିନିଅର ଚାମ୍ପିୟନ ବାଳକ ସାଗର ପ୍ରଧାନ ବାଳିକା ସ୍ମିତା ପ୍ରଧାନ ଜୁନିଅର ବାଳିକା ବିଭାଗ ରେ ଶଶୀ ଦାସ ଚାମ୍ପିୟନ ଭାବେ ପୁରସ୍କୃତ ହୋଇଥିଲେ । ଅନ୍ୟାନ୍ୟ ସମସ୍ତ ଖେଳ ର ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା । ଗୀତାଞ୍ଜଳି ପଣ୍ଡା କାର୍ଯ୍ୟକ୍ରମ କୁ ସହଯୋଗ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀମତୀ ଅମିତା ରାଣୀ ସାହୁ. ନୀତିବେଡା ପାଢୀ, ପ୍ରଣତି ପାଣିଗ୍ରାହୀ, ଅନିତା ମିଶ୍ର, ବିଷ୍ନୁପ୍ରିୟା ସାହୁ, ଦୀପ୍ତି ପଟନାୟକ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଶେଷ ରେ କ୍ରୀଡା ଶିକ୍ଷକ ଚନ୍ଦ୍ର କଳ୍ପେଶ୍ୱର ସାହୁ ପତାକା ଉନ୍ମିଳିତ କରିଥିଲେ।
ବ୍ରହ୍ମପୁର ରୁ ସିଟି ରିପୋର୍ଟର କାଳୀ ଦାସଙ୍କ ରିପୋର୍ଟ ଵିଏମସି ନ୍ୟୁଜ ଓଡ଼ିଶା।


