ବାଲିମେଳା: ତା -୧୬/୦୩(ବିଏମସି ଟିଭି ଓଡ଼ିଆ)
ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ପ୍ରତି ଦୁଇ ବର୍ଷ ବ୍ୟବଧାନରେ ଦୀର୍ଘ ବର୍ଷ ହେବ ପାଳିତ ହୋଇ ଆସୁଛି ଶ୍ରୀ ଶ୍ରୀ ସର୍ବ ଗ୍ରାମଦେବୀ ମହାମେଳନ ବଡ଼ଯାତ୍ରା ଏହି କ୍ରମରେ ଚଳିତ ବର୍ଷ ଏପ୍ରିଲ ମାସ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ମୋଟ ୫ ଦିନ ଧରି ରୀତିନୀତି ଅନୁସାରେ ବହୁ ଆଡମ୍ବର ସହିତ ଅନୁଷ୍ଠିତ ହେବ ବୋଲି ବାଲିମେଳା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ସର୍ବସମ୍ମତ୍ତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଠାକୁରାଣୀ ଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବାଲିମେଳା ଏନଏସିର ଅଧ୍ୟକ୍ଷ ତଥା ଠାକୁରାଣୀ ଯାତ୍ରା କମିଟିର ସଭାପତି ପ୍ରଦୀପ କୁମାର ନାୟକଙ୍କ ସଭାପତିତ୍ବରେ ରବିବାର ସନ୍ଧ୍ୟାରେ ବାଲିମେଳା ସହରରେ ଥିବା କଲ୍ୟାଣମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହତ ଠାକୁରାଣୀ ଯାତ୍ରା ପରିଚାଳନା ନିମନ୍ତେ ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା।ପୁନର୍ବାର ସଭାପତି ଭାବେ ନଗରପାଳ ଶ୍ରୀ ନାୟକ ଉପ ସଭାପତି ଭାବେ ଗଜେନ୍ଦ୍ର ମାହାନ୍ତି, ମଙ୍ଗଳା ପାଙ୍ଗି, ଗୌର ଚନ୍ଦ୍ର ଖିଲ, ବି. ଅରୁଣ କୁମାର ପାତ୍ରଙ୍କୁ ଚୟନ କରାଯାଇଛି। ସେହିପରି ସମ୍ପାଦକ ଭାବେ ଅଜୟ କୁମାର ନାୟକ, ଶିବଦତ୍ତ ସାହୁ, କୃଷ୍ଣ ଚନ୍ଦ୍ର ବାଘ, ପ୍ରଦ୍ୟୁମ୍ନ କୁମାର ସ୍ୱାଇଁଙ୍କୁ ଚୟନ କରାଯାଇଛି। କୋଷାଧକ୍ଷ ଭାବେ ଶେଷଦେବ ପ୍ରଧାନ,ଦେବେନ୍ଦ୍ର କୁମାର ଦାସ ଏବଂ ଶୀତଲ କୁମାର ଚର୍ଚ୍ଚିଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ଏହି ବୈଠକରେ ବାଲିମେଳା ସହରରେ ଥିବା ବିଭିନ୍ନ ସଂସ୍ଥା, ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ଏନଏସିର ସମସ୍ତ କାଉନସିଲର ଏବଂ ବାଲିମେଳା ସହରର ବହୁ ଅଞ୍ଚଳବାସୀଙ୍କ ସମେତ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ। ଏହି ସଭାକୁ ବାଲିମେଳା ସହରର ବରିଷ୍ଠ ସମାଜସେବୀ ରାଜେନ୍ଦ୍ର କୁଲଦୀପ ଏବଂ ଦିଲ୍ଲୀପ କୁମାର ବେପାରୀ ସୁଚାରୁରୂପେ ପରିଚାଳନା କରିଥିଲେ।
ବାଲିମେଳା ରୁ ଦିଲୀପ କୁମାର ଦାସଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା ।


