ବନ୍ଧୁଗାଁ;ତା-୧୩/୦୬(ବିଏମସି ଟିଭି ଓଡ଼ିଆ)
ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭାରିପୁଟ ଗ୍ରାମ ଆମ୍ବତଟା ଠାରେ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଶାନ ସଭା ଦ୍ୱାରା ଆଜି ଏକ ସାଧାରଣ ସଭା ଆୟୋଜନ କରାଯାଇଛି। ଆଦିବାସୀଙ୍କ ବିଭିନ୍ନ ଦାବି ନେଇ ଆଜିର ସମାବେଶ ଆୟୋଜିତ ହୋଇଥିଲା।ଆଦିବାସୀମାନେ ବର୍ଷ ବର୍ଷ ଧରି ଯେଉଁ ଜମିରେ ଚାଷ କରି ଦଖଲ ରେ ରଖିଛନ୍ତି , ସେହି ଜମିର ଆଇନଗତ ଅଧିକାର ପାଇଁ ଅନେକ ଥର ସ୍ଥାନୀୟ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ କରାଗଲେ ମଧ୍ୟ ସେହି ଜମିର ମାଳକାନ ସ୍ୱତ୍ୱ ଦେବାରେ ସରକାର ଟାଳଟୁଳ ନୀତି ଗ୍ରହଣ କରୁଛନ୍ତି। ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀ ଙ୍କୁ ଜଙ୍ଗଲ ଜମିର ଅଧିକାର ଦେବାର ନିୟମ ଥିଲେ ମଧ୍ୟ ବନ୍ଧୁଗାଁ ଅଞ୍ଚଳରେ ହାତଗଣତି ଆଦିବାସୀ ପରିବାରକୁ ଜଙ୍ଗଲ ଜମି ଅଧିକାର ଦିଆ ଯାଇଛି ।ଯେଉଁ ଜଙ୍ଗଲ ଜମିରେ ଆଦିବାସି ପରିବାର ପୁରୁଷ ପୁରୁଷ ଧରି ଚାଷ କରି ଆସୁଛନ୍ତି ସେହି ଜଙ୍ଗଲ ଜମିରେ ସରକାରଙ୍କ ଜଙ୍ଗଲ ବିଭାଗ ତରଫରୁ ଚାରା ରୋପଣ କରାଯାଉଛି ।ଏଥିସହ ବାରମ୍ବାର ଦାବି କଲେ ସୁଦ୍ଧା ଆଦିବାସୀଙ୍କ ପାଇଁ ଘରବାରି ପଟା ମିଳୁ ନାହିଁ ।ଏହି ଅଞ୍ଚଳରେ ରହିଥିବା ଡାକ୍ତର ଖାନାରେ ଲୋକ ସଂଖ୍ୟା ଅନୁଯାଇ ଡାକ୍ତ। ନାହାନ୍ତି କି ରୋଗୀଙ୍କ ପାଇଁ ଉପଯୁକ୍ତ ଔଷଧ ମଧ୍ୟ ନାହିଁ । ସାଧାରଣ ରୋଗ ହେଲେ ମଧ୍ୟ ବାହାରକୁ ଯାଇ ଚିକିତ୍ସା ହେବାକୁ ପଡୁଛି । ବ୍ୟାଙ୍କରେ ମଧ୍ୟ ସରକାରଙ୍କ ଦ୍ୱାରା ଗରିବ ଆଦିବାସୀଙ୍କ ପାଇଁ ଋଣ ମିଳୁନାହିଁ ଓ ଅଞ୍ଚଳ ବାସି ବାଧ୍ୟ ହୋଇ ସାହୁକାରଙ୍କ ଠାରୁ ଋଣ ଆକାରରେ ଟଙ୍କା ନେଇ ଶୋଷଣର ଶିକାର ହେଉଛନ୍ତି। କୋରାପୁଟ ଓ ରାୟଗଡା ଜିଲ୍ଲାରେ ବକ୍ସାଇଟ ଥିବା ମାଳିଗୁଡିକୁ ଆଦାନି ଓ ବେଦାନ୍ତ ପରି କମ୍ଫାନୀଙ୍କ ହାତରେ ଟେକି ଦିଆ ଯାଉଛି ।ଏହି ବକ୍ସସାଇଡ ଖଣି ପାହାଡ଼ ଗୁଡିକ ଖୋଳି ନେବା ପାଇଁ କେନ୍ଦ୍ର ଓ ରାଜ୍ୟରେ ଥିବା ବିଜେପିର
ଡବଲ ଇଞ୍ଜିନ ସରକାର ମଞ୍ଜୁର ପ୍ରଦାନ କରିଛନ୍ତି ।ଏହି ବକ୍ସସାଇଡ ଖଣି ଖୋଲି ନେବାଦ୍ୱାରା ପାହାଡ଼ରେ ରହିଥିବା ଝରଣା ଗୁଡିକ ଶୁଖିଯାଇ ଅଞ୍ଚଳର ପରିବେଶ ଉପରେ ପ୍ରଭାବ ପଡୁଥିବା କଥା ବକ୍ତା ମାନେ କହିଥିଲେ। ତେଣୁ ଏହା ବିରୁଦ୍ଧରେ ସିଜିମାଳି ଠାରୁ ବାଳଦା ନାଗେଶ୍ୱରି ପାହାଡ଼ ପର୍ଯ୍ୟନ୍ତ ସୁରକ୍ଷା ଦେବା ପାଇଁ ଆଜି ଆଦିବାସି ଓ ଦଳିତ ଲୋକେ ଲଢେଇ କରୁଛନ୍ତି । ଏହିସବୁ ଦାବିକୁ ନେଇ ଆଜି ଅଲ ଇଣ୍ଡିଆ କ୍ଷେତ ମଜଦୂର କିଶାନ ସଭା ତରଫରୁ ରାଲି ଓ ସମାବେଶ କରା ଯାଇଥିଲା । ଏଥିରେ ଅଞ୍ଚଳରୁ ଏକ ହଜାରରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ଥିଲେ ।ଚାଷୀ ମୁଲିଆ ସଙ୍ଘ,ଓଡ଼ିଶାର ସଭାପତି ଶ୍ରୀକାନ୍ତ ମହାନ୍ତି,କାର୍ଯ୍ୟକାରୀ ସଭାପତି ବାସୁଦେବ ଦାସ, ସମ୍ଫାଦକ ନିରାକାର ନାୟକ,ଚାଷୀ ମୁଲିଆ ସଙ୍ଘର କୋରାପୁଟ ଜିଲ୍ଲା ସଭାନେତ୍ରୀ କଣ୍ଡାଗୋରୀ ପାଇଡାମ୍ମା ଓ ସମ୍ଫାଦକ ପିଡ଼ିକା ସୁରିଆମା, ବନ୍ଧୁଗାଁ ଅଞ୍ଚଳର ମାଣ୍ଡିଙ୍ଗ ଶ୍ରୀନୁ, କାଡ୍ରାକା ଆଦାନା,ସମ୍ପାଦକ କେଣ୍ଡରୁକା ସୁବାରାଓ, ଓ ଅଞ୍ଚଳର ଅନେକ ସାଂସ୍କୃତିକ କର୍ମୀ ଯୋଗଦେଇଥିବାର ଦେଖିବାକୁ ମିଳିଛି ।
ବନ୍ଧୁଗାଁ ରୁ କେନ୍ଦୁକମାଳି ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


