ବଲାଙ୍ଗୀର/ଟିଟିଲାଗଡ:ତା- ୦୩/୦୨(ଵିଏମସି ଟିଭି ଓଡ଼ିଆ)
ଟିଟିଲାଗଡ ନିକଟସ୍ଥ ଖଇର୍ଖୁଟ ଗ୍ରାମ ର ଲମ୍ବୋବତି ମାଝି ନାମ୍ନୀ ଜଣେ ୫୫ ବର୍ଷୀୟ ମହିଳା ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରକାଶ ଯେ,ଟିଟିଲାଗଡ ନିକଟସ୍ଥ ଖଇର୍ଖୁଟ ଗ୍ରାମ ର ଲମ୍ବୋବତୀ ମାଝି ଗତ ରବିବାର ହଠାତ୍ ଅସୁସ୍ଥ ହୋଇ ପଡି ଥିବା ବେଳେ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସ ଜରିଆରେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୂଖ୍ୟ ଚିକିତ୍ସାଳୟ କୁ ସାନ୍ଧ୍ୟ ୮ ଟା ରେ ଆଣିଥିଲେ । ଡ଼ାକ୍ତର ମୃତ ଘୋଷଣା କରିଥିବା ବେଳେ ଏ ନେଇ ପୋଲିସ କୁ ସୂଚନା ଦେଇଥିଲେ । ହେଲେ ଶବ ସଂରକ୍ଷଣ ରଖି ବ୍ୟବଚ୍ଛେଦ ପାଇଁ ରାଜି ନ ହେବା ନେଇ ଗ୍ରାମବାସୀ ଓ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଙ୍କ ମଧ୍ୟରେ ବେଶ୍ ପାଟି, ତୁଣ୍ଡ ସହ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ପରିସ୍ଥିତି କୁ ନିୟନ୍ତ୍ରଣ କରିଥିବା ବେଳେ ଏ ନେଇ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇ ସବ ହସ୍ତାନ୍ତର କରାଯାଇଛି ।
ଟିଟଲାଗଡ ରୁ ସନ୍ତୋଷ କୁମାର ନାୟକଙ୍କ ରିପୋର୍ଟ ବିଏମସି ନ୍ୟୁଜ ଓଡ଼ିଶା।


