ବେଲଗୁଣ୍ଠା ;ତା-୧୦/୦୯(ବିଏମସି ଟିଭି ଓଡ଼ିଆ)
ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦରସ୍ଥିତ ପ୍ରଗତି ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇଦିନିଆ ବିଦ୍ୟାଳୟ ସ୍ତରୀୟ ଆଞ୍ଚଳିକ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳର ନୂତନ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରିବା ସହ ଖେଳକୁଦର ବିକାଶ ଓ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ା ପ୍ରତି ଉତ୍ସାହିତ କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଲକ୍ଷ୍ୟ ଥିଲା।କାର୍ଯ୍ୟକ୍ରମ ପ୍ରାରମ୍ଭରେ କ୍ରୀଡ଼ା ଶପଥ ଗ୍ରହଣ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଗଞ୍ଜାମ ଜିଲ୍ଲା ସରପଞ୍ଚ ସଂଘର ସଭାପତି ଭବାନୀ ଶଙ୍କର ମଲ୍ଲିକ ଓ ଆସିକା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭଞ୍ଜ ବେହେରା ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ ଓ ପ୍ରଦୀପ ପ୍ରଜ୍ୱଳନ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।ଏହି ଅବସରରେ କ୍ରୀଡ଼ା ସମ୍ପାଦକ କୈଳାଶ ଗୌଡ଼, ସିଆରସିସି ରଞ୍ଜିତା ପାତ୍ର, କ୍ରୀଡ଼ା ସଂଯୋଜକ ସ୍ୱଦେଶ କୁମାର ଦଳେଇ, ନବଘନ ବଡ଼ତ୍ୟା, ଜି. ଆନନ୍ଦ ପାତ୍ର, ମୋହନ ମହାନ୍ତି ଓ ମନୋଜ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ା ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ-କର୍ମଚାରୀ ପ୍ରତିଯୋଗିତାର ସୁଚାରୁ ସଂଯୋଜନା କରିଥିବା ବେଳେ କ୍ରୀଡ଼ା ସମ୍ପାଦକ ସନ୍ତୋଷ କୁମାର ବେହେରା ଓ ଶୁଭକାନ୍ତ ବେହେରା କ୍ରୀଡ଼ା ପରିଚାଳନା କରିଥିଲେ।ବାଲିଶିରା ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗରେ ପ୍ରତିଯୋଗିତା ସମୟରେ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଶେଷରେ ବସନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ବେଲଗୁଣ୍ଠା ରୁ ନାରାୟଣ ପଣ୍ଡା ଙ୍କ ରିପୋର୍ଟ ବିଏମସି ନିୟୁଜ ଓଡ଼ିଶା।


